ଓଡ଼ିଶାଲାଇଭ୍‌ ବ୍ୟୁରୋnamaskar yogasan

ଜାଣନ୍ତୁ କେଉଁ ଯୋଗାସନ କଲେ କ’ଣ ଫାଇଦା ମିଳିଥାଏ।

ଯୋଗ ମନ, ମସ୍ତିଷ୍କ ଏବଂ ଶରୀରର ପାଇଁ ବେଶ୍ ଲାଭଦାୟକ। ଯୋଗ ଶରୀର ସଙ୍ଗେ ସଙ୍ଗେ ମନକୁ ବି ସୁସ୍ଥ ରଖିଥାଏ। ଯୋଗର ବିଭିନ୍ନ ଶୈଳୀ ଥାଏ, ଯେଉଁଥିରେ ଶାରୀରିକ ମୁଦ୍ରା, ନିଶ୍ୱାସ ପ୍ରଶ୍ୱାସ ନେବାର ଟେକନିକ ଏବଂ ମେଡିଟେସନ ଆଦି ସାମିଲ ରହିଛି। ଭିନ୍ନ ଭିନ୍ନ ଯୋଗାସନ କରିଲେ ଶରୀରକୁ ଅନେକ ଫାଇଦା ମିଳିଥାଏ।

ନମସ୍କାର ଯୋଗାସନ

ସବୁ ଆସନ କରିବା ପୂର୍ବରୁ ନମସ୍କାର ଆସନ କରାଯାଏ। ଏହା ମନକୁ ଶାନ୍ତ ରଖିବା ସହ ମସ୍ତିଷ୍କକୁ ଥଣ୍ଡା ରଖିଥାଏ।

tadasan

ତାଡ଼ାସନ

ତାଡ଼ାସନ ସମ୍ପୂର୍ଣ୍ଣ ଶରୀରକୁ ସୁସ୍ଥ ରଖିଥାଏ। ଏହା କରିବା ଦ୍ୱାରା ଶରୀରରେ ଦୃଢ଼ତା ରହିଥାଏ।

vajrasan

ବଜ୍ରାସନ

ବଜ୍ରାସନ ବସିକି କରାଯାଇଥାଏ। ଖାଇ ସାରିବା ପରେ ଏହି ଆସନରେ ବସିଲେ ଖାଦ୍ୟ ଜଲଦି ଏବଂ ଠିକସେ ହଜମ ହୋଇଥାଏ। ଅଣ୍ଟା ପିଠି ବିନ୍ଧା ହେଉଥିଲେ ଏହି ଆସନ ବେଶ୍ ଲାଭଦାୟକ।

natraj yogasan

ନଟରାଜ ଆସନ

ନଟରାଜ ଆସନ କରିବା ଫଳରେ କାର୍ଯ୍ୟଦକ୍ଷତା ବଢ଼ିଥାଏ। ଏହି ଯୋଗ କରିବା ଫଳରେ କାନ୍ଧ ମଜବୁତ ରହିଥାଏ। ଏହାସହ ଗୋଡ଼ ମଧ୍ୟ ମଜବୁତ ରହେ। ଯେଉଁ ଲୋକମାନେ ଲଗାତାର ବସିକି କାମ କରିଥାନ୍ତି, ସେମାନଙ୍କ ପାଇଁ ନଟରାଜ ଆସନ ଲାଭଦାୟକ।

ardha chandrasan

ଅର୍ଦ୍ଧ ଚନ୍ଦ୍ରାସନ

ଅର୍ଦ୍ଧ ଚନ୍ଦ୍ରାସନରେ ଚାନ୍ଦ ଭଳି ନିଜ ଶରୀରକୁ ଅଧା ଯାଏଁ ବୁଲିବାକୁ ପଡ଼ିଥାଏ। ଏହା ଛିଡ଼ା ହୋଇ ରହିବାକୁ ପଡ଼ିଥାଏ। ଏହା ଅଣ୍ଟାରେ ଥିବା ଚର୍ବିକୁ କମ୍ କରିବା ସହ ଅଣ୍ଟା ବିନ୍ଧାରୁ ମୁକ୍ତି ଦେବ।

trikonasan

ତ୍ରିକୋଣାସନ

ଏହି ଆସନ କରିବା ଫଳରେ ମାଂସପେସୀ ମଜବୁତ ରହିଥାଏ। ଏହି ଆସନ ଗର୍ଭବତୀ ମହିଳାଙ୍କ ପାଇଁ ଲାଭଦାୟକ। ଏହା କରିବା ଫଳରେ ଉଚ୍ଚ ରକ୍ତଚାପ, ରକ୍ତ ସଞ୍ଚାଳନ ଭଲ ହୋଇଥାଏ। ଏହାକୁ ପ୍ରତିଦିନ କରିବା ଫଳରେ ଅଣ୍ଟା ଓ ଜଙ୍ଘରୁ ଚର୍ବି କମିଥାଏ।

sirsasan

ଶିର୍ଶାସନ

ଅନିଦ୍ରା ଭଳି ସମସ୍ୟା ଥିଲେ ଏହି ଆସନ କଲେ ତୁରନ୍ତ ଫାଇଦା ମିଳିବ। ଏଥିରେ ରକ୍ତ ସଞ୍ଚାଳନ ଠିକ୍ ହେବା ସହ ମୁଣ୍ଡ ବିନ୍ଧା ଏବଂ ପେଟ ସମସ୍ୟା ଦୂର କରିଥାଏ।

Comment