ଓଡ଼ିଶାଲାଇଭ ବ୍ୟୁରୋ

ରାଜସ୍ଥାନର ଯୋଦ୍ଧପୁରରେ ଏଭଳି ଏକ ଦୁର୍ଗ ରହିଛି। ଯେଉଁଠୁ ପୂରା ପାକିସ୍ତାନ ଦେଖାଯାଏ ବୋଲି ବିଶ୍ୱାସ ରହିଛି।

ଭାରତ ଯେପରି ମନ୍ଦିରର ଦେଶ, ସେହିପରି ଏହାକୁ ଦୁର୍ଗର ଦେଶ ମଧ୍ୟ କହାଯାଏ। କାରଣ ଭାରତର ବିଭିନ୍ନ ସ୍ଥାନରେ ୫୦୦ରୁ ଅଧିକ ଦୁର୍ଗ ରହିଛି। ଯାହାର ରହସ୍ୟ ବିଷୟରେ ଏବେବି କେହି ଜାଣନ୍ତି ନାହିଁ। ଆଜି ଆମେ ଆପଣଙ୍କୁ ଏପରି ଏକ ଦୁର୍ଗ ବିଷୟରେ କହିବାକୁ ଯାଉଛୁ ଯାହ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ।  କୁହାଯାଏ ଯେ ଏହି ଦୁର୍ଗରୁ ପୂରା ପାକିସ୍ତାନ କୁଆଡ଼େ ଦେଖାଯାଏ।

ଏହି ଦୁର୍ଗ ଦୁର୍ଗ ମେହେରନଗଡ଼ ଦୁର୍ଗ ଭାବରେ ଜଣାଶୁଣା। ରାଜସ୍ଥାନର ଯୋଦ୍ଧପୁର ସହରରେ ଏହା ରହିଛି। ଏହି ଦୁର୍ଗ ପ୍ରାୟ ୧୨୫ ମିଟର ଉଚ୍ଚରେ ନିର୍ମିତ। ରାଜା ରାଓ ଯୋଦ୍ଧା ଏହି ଦୁର୍ଗର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏହାର ନିର୍ମାଣ ମହାରାଜା ଯଶବନ୍ତ ସିଂଙ୍କ ଦ୍ୱାରା ଶେଷ ହୋଇଥିଲା।

ଏହି ଦୁର୍ଗ ଭାରତର ସର୍ବ ପୁରାତନ ଏବଂ ବୃହତ୍ତମ ଦୁର୍ଗ ମଧ୍ୟରୁ ଅନ୍ୟତମ। ଯାହାକୁ ଭାରତର ସମୃଦ୍ଧ ଅତୀତର ପ୍ରତୀକ ଭାବେ ବିବେଚନା କରାଯାଏ। ଏହି ଦୁର୍ଗକୁ ଉଚ୍ଚ କାନ୍ଥ ଘେରି ରହିଛି।

Comment