ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତରେ ଅନେକ ପ୍ରାଚୀନ ଦୁର୍ଗ ଅଛି, ଯାହା ଲୋକଙ୍କୁ ଆକର୍ଷିତ କରିଥାଏ। ଦୁର୍ଗଗୁଡ଼ିକର ଇତିହାସ ଏବଂ ଭୂଗୋଳ ଏତେ ଆକର୍ଷଣୀୟ ଯେ ସମସ୍ତେ ଏହା ଜାଣିବାକୁ ଇଚ୍ଛା କରନ୍ତି।
ଆଜି ଆମେ ଆପଣଙ୍କୁ ସେମିତି ଏକ ପ୍ରାଚୀନ ଦୁର୍ଗ ବିଷୟରେ କହିବାକୁ ଯାଉଛୁ ଯାହା ଉପରେ ସର୍ବାଧିକ ଥର ଆକ୍ରମଣ ହୋଇଛି। ଏହି ଦୁର୍ଗର ନାମ ହେଉଛି ଭଟ୍ଟନେର୍ ଦୁର୍ଗ, ଯାହା ରାଜସ୍ଥାନର ହନୁମାନଗଡରେ ରହିଛି। ଏହି ଦୁର୍ଗ ପ୍ରାୟ ୧୭୩୫ ବର୍ଷ ପୂର୍ବେ ଭାଟି ରାଜବଂଶର ରାଜା ଭୂପତ ସିଂଙ୍କ ଦ୍ୱାରା ନିର୍ମିତ ହୋଇଥିଲା। ତେଣୁ ଏହାର ନାମ ‘ଭଟ୍ଟନେର୍ ଦୁର୍ଗ’ ରଖାଯାଇଛି।
ଇଟା ଏବଂ ଚୂନ ଦ୍ୱାରା ନିର୍ମିତ ଏହି ଦୁର୍ଗ ପ୍ରାଚୀନ କାଳର ସବୁଠାରୁ ଶକ୍ତିଶାଳୀ ଦୁର୍ଗ ଭାବରେ ପରିଚିତ। ଏହି ଦୁର୍ଗକୁ ଆକବରଙ୍କଠାରୁ ଆରମ୍ଭ କରି ପ୍ରୀତିରାଜ ଚୌହାନଙ୍କ ପର୍ଯ୍ୟନ୍ତ ବହୁ ରାଜା ଶାସନ କରିଛନ୍ତି। ସେହିପରି ବିଦେଶୀ ଆକ୍ରମଣକାରୀଙ୍କ ବିଷୟରେ କହିବାକୁ ଗଲେ ୧୦୦୧ ଖ୍ରୀଷ୍ଟାବ୍ଦରେ ମହମୁଦ ଗଜନାଭି ଏହାକୁ କବ୍ଜା କରିଥିଲେ।
ଏହା ବ୍ୟତୀତ ଗୁଲାମ ରାଜବଂଶର ଶାସକ ବଲଓ୍ୱନଙ୍କ ଭାଇ ଶେର ଖାନ ଏହି ଦୁର୍ଗରେ ଶାସନ କରିଥିଲେ। ଶେର ଖାନଙ୍କ ସମାଧି ମଧ୍ୟ ଏହି ଦୁର୍ଗରେ ଅଛି। ୧୩୯୮ ମସିହାରେ ଏହି ଦୁର୍ଗ ତୈମୁରଲଙ୍ଗ ଅଧୀନରେ ରହିଥିଲା। ଏହି ଦୁର୍ଗ ଭିତରେ ହନୁମାନ ମନ୍ଦିର, ଶିବ ମନ୍ଦିର ଭଳି ଅନେକ ମନ୍ଦିର ଅଛି।