ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ଗଞ୍ଜାମ ଜିଲ୍ଲାର ୮୫ ବର୍ଷିୟ ସୁରତ ଫେରନ୍ତା ବୃଦ୍ଧ। ବୃଦ୍ଧଙ୍କ ରକ୍ତଚାପ ସହ ବିଭିନ୍ନ ସ୍ଵସ୍ଥ୍ୟଗତ ସମସ୍ୟା ଥିଲା। ଏହାସହ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୭ ବୃଦ୍ଧି ହୋଇଛି। ଏନେଇ ସୂଚନା ଦେଇଛି ରାଜ୍ୟ ସ୍ଵାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ।

ଏହାସହ ରାଜ୍ୟରେ ଆଜି ୫୧ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଗଞ୍ଜାମରେ ୪ ଜଣ ଚିହ୍ନଟ ହୋଇଥିବା ବେଳେ ଯାଜପୁରରେ ୫, କଟକରେ ୯, ପୁରୀ ୧, ନୟାଗଡ଼ ୧୧, ଜଗତସିଂହପୁର, ଅନୁଗୁଳ ଓ ସମ୍ଵଲପୁରରୁ ୨, ମାଲକାନଗିରିରୁ ୧, କଳାହାଣ୍ଡିରେ ୧୧ ମୟୂରଭଞ୍ଜରୁ ୩ ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି।

ଏହାସହ ବର୍ତ୍ତମାନ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧,୧୦୩ରେ ପହଞ୍ଚିଛି। ସେହିପରି ୩୪୩ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୭୫୩ ଜଣ ସକ୍ରିୟ ରହିଛନ୍ତି। ଅନ୍ୟପକ୍ଷରେ ଆଜିକୁ ମିଶାଇ କରୋନାରେ ୭ ଜଣଙ୍କ ମୃତ୍ୟୁ ହୋଇଛି।

Comment