ଓଡ଼ିଶାଲାଇଭ୍ ବ୍ୟୁରୋ

ଦିଲ୍ଲୀରେ ମଦ ଦାମ କମ ହେବ। ଦିଲ୍ଲୀ ସରକାର ମଦ ଉପରେ ଲାଗିଥିବା ଅତିରିକ୍ତ ୭୦ ପ୍ରତିଶତ କରୋନା ଟ୍ୟାକ୍ସକୁ ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି। ଯାହା ଫଳରେ ମଦର ଦାମ ପୂର୍ବ ଅପେକ୍ଷା ଶସ୍ତା ହେବ ବୋଲି କୁହାଯାଉଛି। ତେବେ ଏନେଇ ଏପର୍ଯ୍ୟନ୍ତ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇନାହିଁ।

କୁହାଯାଉଛି ଯେ ଦିଲ୍ଲୀରେ ମଦର ଦାମ ଅଧିକ ରହିବା କାରଣରୁ ଯେତେବେଳେ ଉତ୍ତର ପ୍ରଦେଶ ଏବଂ ହରିୟାଣାରେ ବର୍ଡର ଖୋଲିବ ସେତେବେଳେ ଦିଲ୍ଲୀରେ ମଦର କଳାବଜାରୀ ବୃଦ୍ଧି ପାଇବ। ତେଣୁ ଏହାକୁ ରୋକିବାକୁ ଦିଲ୍ଲୀ ସରକାର ଏଭଳି ନିଷ୍ପତ୍ତି ନେବାକୁ ଯାଉଛନ୍ତି।

ତୃତୀୟ ପର୍ଯ୍ୟାୟ ଲକଡାଉନ୍ ପରେ ଦିଲ୍ଲୀରେ ମଦ ବିକ୍ରି ଆରମ୍ଭ ହୋଇଥିଲା। ଏହାପରେ ଲୋକମାନେ ଦିଲ୍ଲୀରେ ମଦ କିଣିବା ପାଇଁ ଲମ୍ବା ଲାଇନରେ ଠିଆ ହୋଇଥିବା ଦେଖିବାକୁ ମିଳିଥିଲା। ଏପରିକି ସେଠାରେ ଲୋକମାନେ ସାମାଜିକ ଦୂରତା ମଧ୍ୟ ପାଳନ କରିନଥିଲେ। ଶେଷରେ ଦିଲ୍ଲୀ ସରକାର ୫ ମେରୁ ଦିଲ୍ଲୀରେ ମଦ ଉପରେ ୭୦ ପ୍ରତିଶତ କରୋନା ଟ୍ୟାକ୍ସ ଲଗାଇଥିଲେ।

Comment