ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜଣେ ବିଦେଶିନୀଙ୍କୁ ବିବାହ କରିବା ପରେ ଦେଶରେ ରାଜୀବ ଗାନ୍ଧୀଙ୍କୁ ବହୁତ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା। କିନ୍ତୁ ଇଟାଲୀ ଝିଅ ସୋନିଆଙ୍କ ପ୍ରେମରେ କେମିତି ପଡ଼ିଥିଲେ ଆସନ୍ତୁ ଜାଣିବା।

ସୋନିଆ ଏବଂ ରାଜୀବ ଗାନ୍ଧୀ ପ୍ରଥମେ ୧୯୬୫ ମସିହାରେ କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟର ଭର୍ସିଟି ନାମକ ଏକ ଗ୍ରୀକ୍ ରେଷ୍ଟୁରାଣ୍ଟରେ ସାକ୍ଷାତ ହୋଇଥିଲେ। ଏଠାରେ ରାଜୀବ ସୋନିଆଙ୍କୁ ପ୍ରଥମ ଥର ଦେଖିଥିଲେ। ସୋନିଆଙ୍କୁ ପ୍ରଥମ ଦେଖାରେ ଦେଖି ରାଜୀବ ତାଙ୍କୁ ହୃଦୟ ଦେଇଥିଲେ। ସୋନିଆ ମଧ୍ୟ ପ୍ରଥମ ଦେଖାରେ ରାଜୀବଙ୍କୁ ପସନ୍ଦ କରିଥିଲେ। ତେବେ ସୋନିଆ ସେତେବେଳେ ଜାଣି ନଥିଲେ ଯେ ରାଜୀବ ଭାରତର ସବୁଠୁ ବଡ ରାଜନୈତିକ ଗାନ୍ଧୀ ପରିବାରର।

ସୋନିଆ ଏକ ସାଧାରଣ ପରିବାରର ଥିଲେ। କେମ୍ବ୍ରିଜରେ ପଢ଼ିବା ସହିତ ସେ ରେସ୍ତୋରାଁରେ ପାର୍ଟ ଟାଇମ୍ କାମ କରୁଥିଲେ। ରାଜୀବଙ୍କୁ ଦେଖିବା ପରେ ସେ ତାଙ୍କ ପ୍ରେମରେ ପଡ଼ିଯାଇଥିଲେ। ସୋନିଆ ଚିଠି ଲେଖି ତାଙ୍କ ପରିବାର ଲୋକଙ୍କୁ ରାଜୀବଙ୍କ ବିଷୟରେ ଜଣାଇଥିଲେ। ସୋନିଆଙ୍କ ବାପା କିନ୍ତୁ ଏଥିରେ ଆଦୌ ରାଜି ନଥିଲେ। ବିଦେଶରେ  ଝିଅର ବାହାଘର କରିବାକୁ ସେ ଚାହୁଁନଥିଲେ। ତା’ପରେ ରାଜୀବ ଗାନ୍ଧୀ ନିଜେ ସୋନିଆଙ୍କ ବାପାଙ୍କୁ ସୋନିଆଙ୍କ ହାତ ମାଗିବାକୁ ପହଞ୍ଚିଥିଲେ। ସୋନିଆଙ୍କ ବାପା ରାଜୀବଙ୍କୁ ଗୋଟିଏ ସର୍ତ୍ତ ରଖିଥିଲେ। ସର୍ତ୍ତ ଥିଲା ସୋନିଆ ଓ ରାଜୀବ ଗୋଟିଏ ବର୍ଷ ଯାଏଁ ପରସ୍ପର ସହ କଥା ହେବେ ନାହିଁ କି ଦେଖା ହେବେ ନାହିଁ। ସୋନିଆ ଓ ରାଜୀବ ଉଭୟ ଏଥିରେ ରାଜି ହୋଇଥିଲେ। ଶେଷରେ ସୋନିଆଙ୍କ ବାପା ଏ ସମ୍ପର୍କକୁ ହଁ କରିଥିଲେ।

ସୋନିଆ ଗାନ୍ଧୀ ପ୍ରଥମେ ୧୯୬୮ ରେ ଆସିଥିଲେ ଭାରତ ଯେହେତୁ ଇନ୍ଦିରା ଗାନ୍ଧୀ ସେତେବେଳେ ଭାରତର ପ୍ରଧାନମନ୍ତ୍ରୀ ଥିଲେ, ବିବାହ ପୂର୍ବରୁ ସୋନିଆଙ୍କୁ ତାଙ୍କ ଘରେ ରଖିବା ବିରୋଧୀଙ୍କୁ ସୁଯୋଗ ଦେବା ଭଳି ଥିଲା। ସେଥିପାଇଁ ଅମିତାଭ ବଚ୍ଚନଙ୍କ ଘରେ ସୋନିଆ ଗାନ୍ଧୀଙ୍କ ରହଣି କରାଯାଇଥିଲା। ଶେଷରେ ୧୯୬୮, ଫେବ୍ରୁଆରି ୨୫ରେ ରାଜୀବ ଓ ସୋନିଆଙ୍କ ବିବାହ ହୋଇଥିଲା।

Comment