ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ନିର୍ଦ୍ଦେଶକ ବି.ଆର ଚୋପ୍ରାଙ୍କ ପ୍ରସିଦ୍ଧ ସିରିଏଲ ମହାଭାରତ ଦଶନ୍ଧି ପରେ ଟିଭିରେ ପୁନର୍ବାର ଦେଖାଯାଉଛି। ୮୦ଦଶକରେ ସମସ୍ତେ ଏହାକୁ ପସନ୍ଦ କରିଥିଲେ ଓ ଏବେ ପୁଣି ଥରେ ସମସ୍ତଙ୍କ ପ୍ରିୟ ହୋଇପାରିଛି। ଏବେ ଏହି କଳାକାରଙ୍କୁ ନେଇ ସବୁଠି ଚର୍ଚ୍ଚା ଆରମ୍ଭ ହୋଇଛି। କିନ୍ତୁ ଆପଣ ଜାଣନ୍ତି ଏବେ ମହାଭାରତର ଅନେକ କଳାକାର ଦୁନିଆକୁ ଅଲବିଦା କହିଛନ୍ତି। ଆସନ୍ତୁ ଜାଣିବା ସେହି କଳାକାରଙ୍କ ବିଷୟରେ…

ଧର୍ମେଶ ତିୱାରୀ – କୃପାଚାର୍ଯ୍ୟ

ମହାଭାରତରେ ଅଭିନେତା ଧର୍ମେଶ ତିୱାରୀ କୃପାଚାର୍ଯ୍ୟଙ୍କ ଭୂମିକାରେ ଅଭିନୟ କରିଥିଲେ। ସେ ୨୦୦୧ରେ ସିନେ ଏବଂ ଟିଭି ଆର୍ଟିଷ୍ଟସ୍ ଆସୋସିଏସନର ସାଧାରଣ ସମ୍ପାଦକ ଥିଲେ ଏବଂ ୨୦୦୩ ରେ ଫେଡେରେସନ୍ ଅଫ୍ ୱେଷ୍ଟର୍ଣ୍ଣ ଇଣ୍ଡିଆ ସିନେ କର୍ମଚାରୀଙ୍କ ସଭାପତି ମଧ୍ୟ ଥିଲେ। ୨୦୧୪ ରେ ମଧୁମେହ ରୋଗରେ ମୃତ୍ୟୁ ବରଣ କରିଥିଲେ।

ଗୋଗା କପୁର- କଂସ

ମହାଭାରତରେ ଗୋଗା କପୁର କଂସ ଭୂମିକାରେ ଅଭିନୟ କରିଥିଲେ। ଗୋଗା କପୁର ବଲିଉଡର ସବୁବେଳେ ଭିଲେନ ରୋଲ କରୁଥିଲେ।  ସେ ଅମିତାଭ ବଚ୍ଚନଙ୍କ ଫିଲ୍ମ ତୁଫାନ ଏବଂ ଅଗ୍ନିପଥରେ ଭିଲେନ ଭୂମିକାରେ ଅଭିନୟ କରିଥିଲେ। ୨୦୧୧ରେ ୦ ବର୍ଷିୟ ଗୋଗା କପୁର ଦୀର୍ଘ ଦିନର ଅସୁସ୍ଥତା ହେତୁ ଦୁନିଆ ବିଦାୟ ଦେଇଥିଲେ।

ରାଜେଶ ବିବେକ – ବେଦ ବ୍ୟାସ

ମହାଭାରତରେ ଅଭିନେତା ରାଜେଶ ବିବେକ ବେଦ ବ୍ୟାସ ଭୂମିକାରେ ଅଭିନୟ କରିଥିଲେ। ଏହି ସିରିଏଲ ପୂର୍ବରୁ ସେ ଗାନ୍ଧୀ (୧୯୮୨) ଫିଲ୍ମରେ ଡକ୍ଟର ରାଜେନ୍ଦ୍ର ପ୍ରସାଦ ଭୂମିକାରେ ଅଭିନୟ କରିଥିଲେ। ୨୦୧୬ରେ ସେ ହୃଦଘାତରେ ମୃତ୍ୟୁ ବରଣ କରିଥିଲେ।

ବିରେନ୍ଦର ରଜଦାନ – ବିଦୁର

ବିରେନ୍ଦର ରଜଦାନ ମହାଭାରତରେ ବିଦୁର ରୋଲ କରିଥିଲେ। ସେ ଗାନ୍ଧୀ ଫିଲ୍ମରେ ମୌଲାନା ଆଜାଦ ଭୂମିକାରେ ଅଭିନୟ କରିଥିଲେ। ୨୦୦୩ ରେ, ୫୩ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଥିଲା।

Comment