ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

ରାଜ୍ୟରେ ଆଉ ୪୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାସହ ବର୍ତ୍ତମାନ ରାଜ୍ୟରେ ୪୩୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ସୂଚନା ଦେଇଛି ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ।

ସୁସ୍ଥ ୪୩ ଜଣଙ୍କ ମଧ୍ୟରେ ୧୫ ଜଣ ଅନୁଗୁଳର, ଗଞ୍ଜାମ, ରାଉରକେଲା, ଯାଜପୁରରୁ ୮ ଜଣ ଲେଖାଏଁ ଓ ପୁରୀ, କେନ୍ଦ୍ରାପଡ଼ା, କଟକ ଓ ବୌଦ୍ଧରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି।

ଆଜି ସକାଳେ ରାଜ୍ୟରେ ୮୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୮୦ କ୍ଵାରେଣ୍ଟିନ୍‌ ସେଣ୍ଟରରୁ, ଜଣେ କଣ୍ଟେନମେଣ୍ଟ ଜୋନ୍‌ ଓ ୫ ଜଣ ଲୋକାଲ କେସ୍‌ ବୋଲି ଜଣା ପଡ଼ିଛି।

ଏହାସହ ବର୍ତ୍ତମାନ ରାଜ୍ୟରେ ୧,୨୮୯ ଜଣ କରୋନା ଆକ୍ରାନ୍ତ ରହିଥିବା ବେଳେ ୪୩୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ୭୪୬ ଜଣ ବର୍ତ୍ତମାନ ସକ୍ରିୟ ରହିଛନ୍ତି ଓ ୭ ଜଣଙ୍କ କରୋନା ଯୋଗୁଁ ମୃତ୍ୟୁ ହୋଇଛି।

Comment