ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

କରୋନା ଭାଇରସରେ ସବୁଠୁ ଅଧିକ ପ୍ରଭାବିତ ଇନ୍ଦୋରରେ ଜଣେ ୯୫ ବର୍ଷୀୟା ମହିଳା କରୋନାକୁ ମାତ୍‌ ଦେଇଛନ୍ତି। ହସ୍ପିଟାଲରେ ୧୧ ଦିନର ଚିକିତ୍ସା ପରେ ସେ କୋଭିଡ -୧୯କୁ ପରାସ୍ତ କରି ଘରକୁ ଫେରିଛନ୍ତି।

ଏହା ସହିତ ସେ କରୋନାରୁ ସୁସ୍ଥ ହୋଇଥିବା ସବୁଠୁ ବୟସ୍କା ମହିଳା ଭାବେ ରେକର୍ଡ କରିଛନ୍ତି। ମହିଳା ଜଣକ କରୋନାରେ ସଂକ୍ରମିତ ହେବା ପରେ ମେ’ ୧୦ରେ ଇନ୍ଦୋରର ଏକ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ହସ୍ପିଟାଲରେ ଡାକ୍ତର, ନର୍ସମାନେ ନିରନ୍ତର ତାଙ୍କର ସେବା କରିଥିଲେ। ତାଙ୍କ ରିପୋର୍ଟ ନେଗେଟିଭ ଆସିବା ପରେ ତାଙ୍କୁ ଡିସଚାର୍ଜ କରାଯାଇଛି।

ରିପୋର୍ଟ ଅନୁସାରେ ଏହି ନିକଟରେ ତାଙ୍କ ପୁଅଙ୍କର ମୃତ୍ୟୁ ହୋଇଛି। ତଥାପି ମହିଳାଙ୍କ ପରିବାର ତାଙ୍କର ଚିକିତ୍ସା କରାଇବାରେ କୌଣସି ହେଳା କରିନଥିଲେ। ତୁରନ୍ତ ମହିଳାଙ୍କୁ ହସ୍ପିଟାଲରେ ଆଡମିଟ କରାଇଥିଲେ।

ଇନ୍ଦୋରରେ ବର୍ତ୍ତମାନ ଯାଏ ୨୮୫୦ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି। ଏଥିରୁ ୧୦୯ ଜଣଙ୍କର ମୃତ୍ୟୁ ହୋଇଥିଲା ବେଳେ  ୧୨୮୦ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି।

Comment