ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଲିଉଡର କିଙ୍ଗ୍‌ ଖାନ ଶାହାରୁଖ ଖାନ ଓ ଗୌରୀ ଖାନଙ୍କ ଝିଅ ସୁହାନା ଆଜି ୨୦ ବର୍ଷ ବୟସରେ ପାଦ ଦେଇଛନ୍ତି। ୨୦୦୦ ମସିହାରେ ସୁହାନା ଜନ୍ମ ହୋଇଥିଲେ। ଦୁଇ ଭାଇରେ ଗୋଟିଏ ଭଉଣୀ ହୋଇଥିବାରୁ ସୁହାନା ପିଲା ବେଳୁ ଭାରି ଗେହ୍ଲୀ। ଶାହରୁଖଙ୍କ ଲାଡଲୀ ମଧ୍ୟ।

ସୁହାନା ଷ୍ଟାରକିଡ୍‌ ହୋଇଥିଲେ ମଧ୍ୟ ତାଙ୍କର ପ୍ରଶଂସକଙ୍କ ସଂଖ୍ୟା କୌଣସି ଷ୍ଟାରଠାରୁ କମ୍ ନୁହେଁ। ସୋସିଆଲ ମିଡିଆରେ ତାଙ୍କର ଫଲୋଇଙ୍ଗ ସଂଖ୍ୟା ମଧ୍ୟ ଢେର ଅଧିକ ରହିଛି। ବୋଲ୍ଡ ଫଟୋ ସୁଟ କରି ସେ ସମସ୍ତଙ୍କୁ ଦିଓ୍ୱାନା କରିଛନ୍ତି।

ବଲିଉଡ ଅଭିନେତ୍ରୀ ଅନନ୍ୟା ପାଣ୍ଡେ, ସନୟା କପୁର, ଅମିତାଭ ବଚ୍ଚନଙ୍କ ନାତୁଣୀ ନବ୍ୟା ଓ ସୁହାନାଙ୍କର ଭଲ ଫ୍ରେଣ୍ଡସିପ୍‌ ରହିଛି। ସୁହାନା ଖୁବଶୀଘ୍ର ବଲିଉଡରେ ଡେବ୍ୟୁ କରିପାରନ୍ତି ବୋଲି ଖବର ଆସୁଛି। ସେ ସର୍ଟ ଫିଲ୍ମ ‘ଗ୍ରେ ପାର୍ଟ ଅଫ୍ ବ୍ଲୁ’ର ପୋଷ୍ଟରରେ ନଜର ଆସିଛନ୍ତି।

Comment