ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟରେ ପୁଣି ଚିହ୍ନଟ ହେଲେ ୮୬ କରୋନା ପଜିଟିଭ୍‌। ଏହାସହ ବର୍ତ୍ତମାନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ହଜାର ୧୮୯ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।

୮୬ ପଜିଟିଭ୍‌ଙ୍କ ମଧ୍ୟରୁ ଯାଜପୁରର ୪୬, କଟକରୁ ୧୧, ନୟାଗଡ଼ରୁ ୬, ଗଞ୍ଜାମରୁ ୫, ବାଲେଶ୍ଵରରୁ ୩, ଭଦ୍ରକରୁ ୩, କେନ୍ଦୁରଝର ୩, ପୁରୀ ୩, ବଲାଙ୍ଗିର ୨ ଓ ସୁନ୍ଦରଗଡ଼ରୁ ଜଣେ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୮୦ କ୍ଵାରେଣ୍ଟନ୍‌ ସେଣ୍ଟରରୁ, ଜଣେ କଣ୍ଟେନମେଣ୍ଟ ଜୋନ୍‌ ଓ ୫ ଜଣ ଲୋକାଲ କେସ୍‌ ବୋଲି ଜଣା ପଡ଼ିଛି।

ବର୍ତ୍ତମାନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୧୮୯ରେ ପହଞ୍ଚିଛି। ଏହାସହ ୩୯୩ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୭୮୯ ଜଣ ସକ୍ରିୟ ରହିଛନ୍ତି। ଏଯାଏଁ ୭ ଜଣଙ୍କ ମୃତ୍ୟୁ ହୋଇଛି।

Comment