ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେ ଏହି ଗସ୍ତରେ ଆକାଶ ମାର୍ଗରୁ ବାତ୍ୟାଞ୍ଚଳ ପରିଦର୍ଶନ କରିବେ। ଏହାସହ ରିଲିଫ ବଣ୍ଟନ ଓ ବିପନ୍ନଙ୍କୁ ଥଇଥାନ ନେଇ ସମୀକ୍ଷା ବୈଠକ ମଧ୍ୟ କରିବେ।

ନରେନ୍ଦ୍ର ମୋଦୀ କୋଲକାତା ଏୟାରପୋର୍ଟରୁ ଅପରାହ୍‌ଣ ୧ଟା ୪୫ରେ ବାହାରିବେ। ଭୁବନେଶ୍ଵରରେ ୨ଟା ୫୦ରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। ଏହାପରେ ଆକାଶ ମାର୍ଗରୁ ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିବେ ମୋଦୀ।

ସନ୍ଧ୍ୟା ୫ଟାରୁ ୬ଟା ପର୍ଯ୍ୟନ୍ତ ରିଭ୍ୟୁମିଟିଂ ଚାଲିବ। ପରେ ସନ୍ଧ୍ୟା ୬ଟା ୧୫ରେ ଭୁବନେଶ୍ଵରରୁ ଦିଲ୍ଲୀ ଫେରିବେ। ବର୍ତ୍ତମାନ ସେ ପଶ୍ଚିମବଙ୍ଗ ଗସ୍ତ ପାଇଁ ଦିଲ୍ଲୀରୁ ବାହାରି ସାରିଛନ୍ତି।

ବାତ୍ୟା ଅମ୍ପନ ଯୋଗୁଁ ଓଡ଼ିଶା ଓ ପଶ୍ଚିମବଙ୍ଗର କିଛି ଅଞ୍ଚଳ କ୍ଷତିଗ୍ରସ୍ତ ହୋଇଛି। ଏଥିରେ କୋଲକାତା ଅଧିକ କ୍ଷତିଗ୍ରସ୍ତ ହେବା ସହ ୭୪ ଜଣଙ୍କ ମୃତ୍ୟୁ ହୋଇଥିବା ମଧ୍ୟ ସୂଚନା ମିଳିଛି।

Comment