ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟବାସୀଙ୍କ ପାଇଁ ଖୁସି ଖବର। ରାଜ୍ୟର ୬୨ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି।

ଶନିବାର ସୁସ୍ଥ ହୋଇଥିବା ଏହି ୬୨ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୪୧ ଜଣ ଗଞ୍ଜାମ ଜିଲ୍ଲାରୁ ବୋଲି ଜଣାପଡ଼ିଛନ୍ତି। ତା ସହିତ ୧୫ ଜଣ ବାଲେଶ୍ୱରରୁ, ୨ ଜଣ ରାଉରକେଲାରୁ ଏବଂ ଭଦ୍ରକ, ମୟୂରଭଞ୍ଜ, ଯାଜପୁରର ଜଣେ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ମହାରାଷ୍ଟ୍ରର ଜଣେ ଆକ୍ରାନ୍ତ ମଧ୍ୟ ସୁସ୍ଥ ହୋଇଛନ୍ତି।

ଏଥିସହ ରାଜ୍ୟରେ କରୋନା କବଳରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୪୯୭କୁ ବୃଦ୍ଧି ପାଇଛି। ରାଜ୍ୟରେ ଏବେ ମୋଟ ୧୨୬୯ ଜଣ ଆକ୍ରାନ୍ତ ଥିବାବେଳେ ସେଥିମଧ୍ୟରୁ ୪୯୭ ସୁସ୍ଥ ଓ ୭ଜଣ ପ୍ରାଣ ହରାଇଲେଣି। ବାକି ଆକ୍ରାନ୍ତ ଏବେ ବି ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।

Comment