ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତୀୟ ରେଲୱେ ରାଜଧାନୀ ଏକ୍ସପ୍ରେସର ଟିକେଟ୍ ବୁକିଂକୁ ନେଇ ଏକ ନୂଆ ନିୟମ ଆଣିଛି। ଏଣିକି ରାଜଧାନୀ ଏକ୍ସପ୍ରେସରେ ଯାତ୍ରା କରିବା ପାଇଁ ଲୋକଙ୍କୁ ୭  ଦିନ ବଦଳରେ ୩୦ ଦିନ ପୂର୍ବରୁ ଟିକେଟ୍ ବୁକିଂ କରିବାକୁ ପଡ଼ିବ।

ଲକଡାଉନ୍ ସତ୍ତ୍ୱେ ରେଲୱେ ନୂଆଦିଲ୍ଲୀରୁ ଦେଶର ୧୫ଟି ସହରକୁ ୩୦ଟି ଟ୍ରେନ୍ ଚଳାଇବାକୁ ନିଷ୍ପତ୍ତି ନେଇଛି। ଏଥିସହ ଜୁନ୍ ୧ ତାରିଖରୁ ଦେଶରେ ଆଉ ୨୦୦ଟି ବିଶେଷ ଟ୍ରେନ୍ ମଧ୍ୟ ଚଳାଚଳ କରିବ। ତେବେ ଏହା ମଧ୍ୟରେ ଥିବା ରାଜଧାନୀ ଏକ୍ସପ୍ରେସରେ ଯାତ୍ରା କରିବାକୁ ଲୋକଙ୍କୁ ମାସେ ପୂର୍ବରୁ ଟିକେଟ୍ ବୁକିଂ କରିବାକୁ ପଡ଼ିବ।

ଅନ୍ୟପଟେ ଜୁନ୍ ୧ରୁ ଚାଲିବାକୁ ଥିବା ସ୍ପେଶାଲ ଟ୍ରେନ ପାଇଁ ଟିକେଟ୍ ବୁକିଂ ହୋଇଛି।  ତେବେ ମାତ୍ର ୨୪  ଘଣ୍ଟା ମଧ୍ୟରେ ସାଢ଼େ ୫ ଲକ୍ଷ ଟ୍ରେନରୁ ଅଧିକ ଟିକେଟ୍ ବୁକିଂ ହୋଇଥିବା ଜଣାପଡ଼ିଛି।

Comment