ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଦ୍ରିନାଥ ମନ୍ଦିରରେ ପୂଜା ସମୟରେ ବାଜେନି ଶଙ୍ଖ। କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ।

ବଦ୍ରିନାଥ ମନ୍ଦିର, ଉତ୍ତରାଖଣ୍ଡର ବଦ୍ରିନାଥଠାରେ ଅବସ୍ଥିତ। ଏହା ଭାରତର ଚାରିଧାମ ମଧ୍ୟରେ ଅନ୍ୟତମ।  ହିମାଳୟ ପାର୍ବତ୍ୟାଞ୍ଚଳରେ ଅଳକାନନ୍ଦା ନଦୀ କୂଳରେ ଅବସ୍ଥିତ ବଦ୍ରିନାଥ ମନ୍ଦିରରେ ପୂଜା ପାଆନ୍ତି ବିଷ୍ଣୁଙ୍କ ମୂର୍ତ୍ତି ବଦ୍ରିନାରାୟଣ। କଳା ଶାଳଗ୍ରାମ ପଥରରେ ନିର୍ମିତ ଏକ ମିଟର ଉଚ୍ଚର ବିଷ୍ଣୁ ମୂର୍ତ୍ତି ସ୍ୱୟଂ ଆବିର୍ଭୂତ ହୋଇଥିବା କୁହାଯାଏ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ମନ୍ଦିରରେ ପୂଜା ସମୟରେ ଶଙ୍ଖ ବାଜେନି। ଏହା ପଛର କାରଣ ବି ରୋଚକ।

କୁହାଯାଏ ଯେ ଗୋଟିଏ ସମୟରେ ହିମାଳୟରେ ରାକ୍ଷସମାନେ ଉତପାତ କରୁଥିଲେ। ମୁନି ୠଷିମାନଙ୍କୁ ପୂଜାପାଠ କରାଇ ଦେଉନଥିଲେ। ରାକ୍ଷସଙ୍କର ଏହି ଉତପାତ ଦେଖି ୠଷି ଅଗସ୍ତ୍ୟ ମାତା ଭଗବତୀଙ୍କୁ ଡାକିଲେ, ଏହା ପରେ ମାତା କୁଷ୍ମାଣ୍ଡା ରୂପ ଧରି ରାକ୍ଷସଙ୍କୁ ବିନାଶ କରିଥିଲେ।

ତେବେ ମା’ଙ୍କଠାରୁ ରକ୍ଷା ପାଇବା ପାଇଁ ଆତାପି ଏବଂ ବାତାପି ନାମକ ଦୁଇ ରାକ୍ଷସ ପଳାୟନ କରିଥିଲେ। ଆତାପୀ ନଦୀରେ ଲୁଚି ରହିଥିବାବେଳେ ବାତା ବଦ୍ରିନାଥ ଧାମକୁ ଯାଇ ଏକ ଶଙ୍ଖ ଭିତରେ ଲୁଚି ରହିଥିଲା ବୋଲି କୁହାଯାଏ। ସେହି ଦିନଠାରୁ ବଦ୍ରିନାଥ ଧାମରେ ​​ଶଙ୍ଖ ବାଜେନି। ଏହି ପରମ୍ପରା ଆଜି ପର୍ଯ୍ୟନ୍ତ ଜାରି ରହିଛି|

Comment