ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟରେ ଆଉ ୫୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାସହ ବର୍ତ୍ତମାନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୫୦କୁ ବୃଦ୍ଧି ପାଇଛି। ଏନେଇ ସୂଚନା ଦେଇଛି ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ।

ସୁସ୍ଥ ହୋଇଥିବା ୫୩ ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମରୁ ୩୦, ଯାଜପୁରରୁ ୧୮, ଖୋର୍ଦ୍ଧାରୁ ୩ ଓ କେନ୍ଦୁଝରରୁ ୨ଜଣ ରହିଛନ୍ତି। ସେହିପରି ଆଜି ସକାଳେ ରାଜ୍ୟରେ ୬୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ବର୍ତ୍ତମାନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୩୩୬ରେ ପହଞ୍ଚି ଥିବା ବେଳେ ୫୫୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ୭୭୯ ଜଣ ସକ୍ରିୟ ଥିବା ବେଳେ ୭ ଜଣଙ୍କ ମୃତ୍ୟୁ ହୋଇଛି।

Comment