ଓଡ଼ିଶାଲାଇଭ୍‌ ବ୍ୟୁରୋ

ଲକ୍‌ଡାଉନ ନିୟମକୁ କୋହଳ କରିଛନ୍ତି ରାଜ୍ୟ ସରକାର। କାଲିଠୁ ରାଜ୍ୟରେ ବସ୍‌, ଅଟୋ ଓ ଘରୋଇ ଗାଡ଼ି ଚଳାଚଳକୁ ଅନୁମତି ଦିଆଯାଇଛି। ଏହାସହ କ୍ଵାରେଣ୍ଟିନ୍‌ ନିୟମରେ ମଧ୍ୟ ପରିବର୍ତ୍ତନ କରାଯାଇଛି।

ଜାଣନ୍ତୁ ପୂରା ଘୋଷଣା

  • କାଲିଠୁ ରାଜ୍ୟରେ ବସ୍‌ ଓ ଘରୋଇ ଗାଡ଼ି ଚଳାଚଳକୁ ଅନୁମତି।
  • ସହରରେ ଚାଲି ପାରିବ ସିଟି ବସ୍‌।
  • ବସ୍‌ରେ ଯାତ୍ରା କଲା ବେଳେ ମାସ୍କ ବ୍ୟବହାର ବାଧ୍ୟତାମୂଳକ।
  • ବସ୍‌ର ସିଟ୍ କ୍ଷମତା ଅନୁସାରେ ଯାତ୍ରୀ ଯାତ୍ରା କରିପାରିବେ।
  • ଓଲା, ଉବେରକୁ ୨୪ ଘଣ୍ଟିଆ ଚଳାଚଳ ପାଇଁ ଅନୁମତି।
  • ଅନ୍ତଃରାଜ୍ୟ ବସ୍‌ ଓ ଟ୍ରେନ ଚଳାଚଳକୁ ସରକାରଙ୍କ ଅନୁମତି।
  • ଟ୍ୟାକ୍ସି, ଘରୋଇ ଗାଡ଼ି, ଅଟୋ ରିକ୍ସା ଚଳାଚଳକୁ ଅନୁମତି ଦେଲେ ସରକାର।
  • ତିନି ଓ ଚାରି ଚକିଆ ଯାନରେ ଡ୍ରାଇଭରଙ୍କୁ ଛାଡ଼ି ୨ ଜଣ ବସି ପାରିବେ।
  • ଏଣିକି ୨୧ ନୁହେଁ ୧୪ ଦିନିଆ କ୍ଵାରେଣ୍ଟିନ୍‌ରେ ରହିବେ ପ୍ରବାସୀ।
  • ସହରାଞ୍ଚଳରେ ୧୪ ଦିନିଆ ହୋମ୍‌ କ୍ଵାରେଣ୍ଟିନ୍‌ରେ ରହିବେ।
  • ଗ୍ରାମାଞ୍ଚଳରେ ୭ ଦିନ କ୍ଵାରେଣ୍ଟିନ୍‌ ସେଣ୍ଟର ଓ ୭ ଦିନ ହୋମ୍‌ କ୍ଵାରେଣ୍ଟିନ୍‌ରେ ରହିବେ।

Comment