ଓଡ଼ିଶାଲାଇଭ୍ ବ୍ୟରୋ

ରାଜ୍ୟରେ ବଦଳିଲା କ୍ୱାରେଣ୍ଟିନ୍ ନିୟମ। ଏଣିକି ୨୧ ଦିନ ବଦଳରେ ପ୍ରବାସୀମାନେ ୧୪ ଦିନ କ୍ୱାରେଣ୍ଟିନରେ ରହିବେ। ଏନେଇ ଆଜି ଏସଆରସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି।

ଏସଆରସି କହିଛନ୍ତି ଯେ, ରାଜ୍ୟ ବାହାରୁ ଆସିଲେ ଏବେ ୧୪ ଦିନ କ୍ୱାରେଣ୍ଟିନରେ ରହିବା ବାଧ୍ୟତାମୂଳକ। ଗ୍ରାମାଞ୍ଚଳମାନଙ୍କରେ ପ୍ରବାସୀମାନେ ୭ ଦିନ ପାଇଁ ବାଧ୍ୟତାମୂଳକ ଭାବେ କ୍ୱାରେଣ୍ଟିନ ସେଣ୍ଟରରେ ରହିବେ ବୋଲି ଏସଆରସି କହିଛନ୍ତି। ଏଥିସହ ଲକ୍ଷଣ ଦେଖାନହେଲେ କ୍ୱାରେଣ୍ଟିନ ସେଣ୍ଟରରେ ୭ ଦିନ ଓ ହୋମ୍ କ୍ୱାରେଣ୍ଟିନରେ ୭ ଦିନ ରହିପାରିବେ ବୋଲି ଏସଆରସି ସୂଚନା ଦେଇଛନ୍ତି।

ଏଥିସହ ଯେଉଁ ପ୍ରବାସୀମାନେ ବିନା କୌଣସି ସୂଚନାରେ ଟ୍ରେନ୍ କିମ୍ବା ବିମାନଯୋଗେ ଓଡ଼ିଶା ଫେରୁଛନ୍ତି ସେମାନେ ରାଜ୍ୟ ସରକାରଙ୍କୁ ସୂଚନା ଦେବାକୁ ଏସଆରସି କହିଛନ୍ତି। ନଚେତ୍ ସେମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିପାରେ ବୋଲି ସେ କହିଛନ୍ତି।

Comment