ଓଡ଼ିଶାଲାଇଭ୍ ବ୍ୟରୋ

ଉତ୍ତରପ୍ରଦେଶରେ ଏଣିକି କରୋନା ରୋଗୀମାନେ ଆଇସୋଲେସନ ୱାର୍ଡରେ ମୋବାଇଲ୍ ବ୍ୟବହାର କରିପାରିବେ। ଏନେଇ ଉତ୍ତର ପ୍ରଦେଶ ସରକାର ବିଧିବଦ୍ଧ ବିଜ୍ଞପ୍ତି ଜାରି କରି ସୂଚନା ଦେଇଛି।

ଆଇସୋଲେସନ ୱାର୍ଡରେ ମୋବାଇଲ୍ ଫୋନର ବ୍ୟବହାର ଉପରେ ଥିବା କଟକଣାକୁ ଯୋଗୀ ସରକାର ଉଠାଇ ଦେଇଛି। ତେଣୁ ଏବେ ଯଦି କୌଣସି ଲୋକ କରୋନା ସଂକ୍ରମିତ ହୁଏ ତେବେ ସେ ଆଇସୋଲେସନ ୱାର୍ଡରେ ସେ ମୋବାଇଲ୍ ବ୍ୟବହାର କରିପାରିବେ।

ପୂର୍ବରୁ ଉତ୍ତର ପ୍ରଦେଶରେ ଆଇସୋଲେସନ ୱାର୍ଡରେ ମୋବାଇଲ୍ ଫୋନ୍ ବ୍ୟବହାର କରିବା ଉପରେ ରୋକ୍ ଲଗାଯାଇଥିଲା। ଯାହାକୁ ନେଇ ସମାଜବାଦୀ ପାର୍ଟିର ନେତା ଅଖିଳେଶ ଯାଦବ ଉତ୍ତରପ୍ରଦେଶ ସରକାର ଉପରେ ବର୍ଷିଥିଲେ। ସେ ଲେଖିଥିଲେ ଯେ, ଯଦି ମୋବାଇଲ୍ ଯୋଗୁ କରୋନା ସଂକ୍ରମଣ ବୃଦ୍ଧି ପାଉଛି ତେବେ ସାରା ଦେଶରେ ଏହାକୁ ବ୍ୟାନ୍ କରିଦେବା ଉଚିତ୍।

ଏହାପରେ ରାଜ୍ୟ ସରକାରଙ୍କ ତରଫରୁ ଏହା ଉପରେ ଥିବା କଟକଣାକୁ ଉଠାଇ ଦିଆଯାଇଛି। ସାରାଦେଶରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ଉତ୍ତର ପ୍ରଦେଶରେ ମଧ୍ୟ ଏହି ସଂଖ୍ୟା ୬ ହଜାର ଟପିଛି। ସେଠାରେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୬୦୧୭ ଜଣ ସଂକ୍ରମିତ ହୋଇଥିବାବେଳେ ୧୫୫ ଜଣ ପ୍ରାଣ ହରାଇଛନ୍ତି।

Comment