ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ରାଜ୍ୟରେ ପୁଣି ବୃଦ୍ଧି ପାଇଲା କରୋନା ସଂକ୍ରମିତଙ୍କ ସଂଖ୍ୟା। ସୋମବାର ରାଜ୍ୟରେ ୧୦୩  ନୂଆ କରୋନା ପଜିଟିଭ୍ ଚିହ୍ନଟ ହେବା ସହିତ ଆକ୍ରାନ୍ତଙ୍କ ସଂଖ୍ୟା ୧୪ ଶହ ପାର୍ କରିଛି।

ସୋମବାର ଚିହ୍ନଟ ହୋଇଥିବା ଏହି ୧୦୩ ଆକ୍ରାନ୍ତଙ୍କ ମଧ୍ୟରେ ସବୁଠୁ ଅଧିକ ଦେବଗଡ଼ ଜିଲ୍ଲାରୁ ୨୨ଜଣ ଏହାପରେ କେନ୍ଦ୍ରାପଡ଼ାରୁ ୧୫, ଜଗତସିଂହପୁରରୁ ୧୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତା ସହିତ ଗଞ୍ଜାମ, ଯାଜପୁର, ବାଲେଶ୍ୱର, ଭଦ୍ରକ, ଖୋର୍ଦ୍ଧା, ବଲାଙ୍ଗିର, ମାଲକାନଗିରି, ମୟୂରଭଞ୍ଜ, କେନ୍ଦୁଝର, ଗଜପତି, କୋରାପୁଟ, କନ୍ଧମାଳ ଓ ଢେଙ୍କାନାଳରୁ ମଧ୍ୟ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ସୋମବାର ଚିହ୍ନଟ ହୋଇଥିବା ୧୦୩ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୯୬ ଜଣ କ୍ୱାରେଣ୍ଟିନ୍ ସେଣ୍ଟର ଓ ୭ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡ଼ିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି।

ଏହାକୁ ମିଶାଇ ବର୍ତ୍ତମାନ ରାଜ୍ୟରେ ମୋଟ ୧୪୩୮ କରୋନା ସଂକ୍ରମିତ ଚିହ୍ନଟ ହୋଇସାରିଲେଣି। ସେଥିମଧ୍ୟରୁ ୫୫୦ ଜଣ ସୁସ୍ଥ ହୋଇଥିବାବେଳେ ୭ ଜଣ ପ୍ରାଣ ହରାଇଛନ୍ତି। ଏବେ ବି ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରାୟ ୮୮୧ ଜଣ ଆକ୍ରାନ୍ତ ସକ୍ରିୟ ଅଛନ୍ତି।

Comment