ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ଦେଶରେ ଦିନକୁ ଦିନ ଅଧିକ ମାରାତ୍ମକ ହେବାରେ ଲାଗିଛି କରୋନା ଭାଇରସ୍। ବର୍ତ୍ତମାନ ସୁଦ୍ଧା ଦେଶରେ ୪ ହଜାରରୁ ଅଧିକ ଲୋକ କରୋନାରେ ପ୍ରାଣ ହରାଇଥିବାବେଳେ ଏବେ ବି ପ୍ରାୟ ୭୭ ହଜାରରୁ ଅଧିକ ଲୋକ ଏଥିରେ ସଂକ୍ରମିତ ହୋଇ ରହିଛନ୍ତି।

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ସୂଚନା ଅନୁସାରେ, ଏବେ ସୁଦ୍ଧା ଭାରତରେ ମୋଟ ୧ ଲକ୍ଷ ୩୮ ହଜାର ୮୪୫ ଜଣ ଲୋକ କରୋନା ସଂକ୍ରମିତ ହୋଇଛନ୍ତି। ସେଥିମଧ୍ୟରୁ ୫୭ ହଜାର ୭୨୦ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ୪୦୨୧ ଣ ନିଜର ପ୍ରାଣ ହରାଇଛନ୍ତି। ସେହିପରି ଏବେ ବି ୭୭ ହଜାର ୧୦୩ ଜଣ ଲୋକ କରୋନାରେ ସକ୍ରିୟ ଅଛନ୍ତି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି।

ଅନ୍ୟପଟେ ଏବେ ବି ମହାରାଷ୍ଟ୍ର ସବୁଠୁ ଅଧିକ କରୋନା ପ୍ରଭାବିତ ରାଜ୍ୟ ହୋଇ ରହିଛି। ସେଠାରେ ୫୦ ହଜାରରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିବାବେଳେ ୧୬୩୫ ଜଣ ପ୍ରାଣ ହରାଇସାରିଲେଣି। ସେହିପରି ଗୁଜରାଟରେ ୮୫୮, ମଧ୍ୟପ୍ରଦେଶରେ ୨୯୦ ଓ ପଶ୍ଚିମବଙ୍ଗରେ ୨୭୨ ଜଣ ଲୋକ କରୋନାରେ ପ୍ରାଣ ହରାଇଛନ୍ତି।

Comment