ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜିଠାରୁ ଘରୋଇ ବିମାନ ଯାତ୍ରା ଆରମ୍ଭ ହୋଇଛି। ପ୍ରଥମ ଦିନରେ ଏକ ପାଞ୍ଚ ବର୍ଷ ପିଲାକୁ ନେଇ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଏହି ପାଞ୍ଚ ବର୍ଷର ପିଲା ବିହାନ ଆଜି ବିମାନରେ ଏକୁଟିଆ ଯାତ୍ରା କରି ଦିଲ୍ଲୀରୁ ନିଜ ଘର ବେଙ୍ଗାଳୁରୁରେ ପହଞ୍ଚିଛନ୍ତି।

ବେଙ୍ଗାଳୁରୁରେ ତାଙ୍କ ମା’ ଏୟାରପୋର୍ଟକୁ ଆସି ତାଙ୍କୁ ସ୍ୱାଗତ କରିଛନ୍ତି। ଦୀର୍ଘ ଦିନ ପରେ ପୁଅକୁ ଦେଖି ବିମାନବନ୍ଦରରେ ସେ ଭାବ ବିହ୍ୱଳ ହୋଇପଡ଼ିଥିଲେ। ତଥାପି କରୋନାକୁ ଦୃଷ୍ଟିରେ ସେ ସେ ତାଙ୍କ ପୁଅଠାରୁ ଦୂରତା ରଖିଥଲେ।

ଦେଶରେ ଲକ୍‌ଡାଉନ ଥିବାରୁ ବିମାନ ଚଳାଚଳ ବହୁ ଦିନରୁ ବନ୍ଦ ରହିଥିଲା। ଫଳରେ ବିହାନ ତାଙ୍କ ଅଜା, ଆଈଙ୍କ ନିକଟରେ ଦିଲ୍ଲୀରେ ରହିଥିଲେ। ୩ ମାସ ପରେ ଆଜି ନିଲ୍ଲୀରୁ ଫେରି ତାଙ୍କ ମା’ଙ୍କୁ ଭେଟିଛନ୍ତି।

Comment