ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡର ଷ୍ଟାର ଫିଲ୍ମ ନିର୍ମାତା କରଣ ଜୋହର ଆଜି ତାଙ୍କର ୪୮ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ବଲିଉଡର ଅନେକ କଳାକାର ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ବଲିଉଡର ଏହି ପ୍ରଖ୍ୟାତ ଫିଲ୍ମ ନିର୍ମାତା ୧୯୭୨, ମେ’ ୨୫ରେ ମୁମ୍ବାଇରେ ଜନ୍ମ ହୋଇଥିଲେ।

ଏହି ବର୍ଷ କରଣଙ୍କ ପାଇଁ ତାଙ୍କ ଜନ୍ମଦିନ ସ୍ମରଣୀୟ ହେବାକୁ ଯାଉଛି। କାରଣ ପ୍ରତିବର୍ଷ କରଣ ତାଙ୍କ ଜନ୍ମଦିନରେ ଅନେକ ପାର୍ଟିର ଆୟୋଜନ କରନ୍ତି। କିନ୍ତୁ କରୋନା ପାଇଁ ଏ ବର୍ଷ କିଛି ହୋଇପାରିଲା ନାହିଁ।

ଜଣେ ଫିଲ୍ମ ନିର୍ମାତା ଓ ଜଣେ ପ୍ରଡ୍ୟୁସର ଭାବେ ସେ ବଲିଉଡ ଅନେକ ସୁପରଡୁପର ହିଟ୍‌ ଫିଲ୍ମ ଦେଇଛନ୍ତି। ତାଙ୍କର ଏଭରଗ୍ରୀନ ଫିଲ୍ମ ମଧ୍ୟରେ ରହିଛି, କଭି ଖୁସି କଭି ଗମ୍‌, କଭି ଅଲବିଦା ନା କେହେନା, ମାଇଁ ନେମ୍‌ ଇଜ ଖାନ।

 କରୋନା ଭାଇରସ୍ କାରଣରୁ ଲାଗୁ ହୋଇଥିବା ଲକଡାଉନ୍ ଯୋଗୁଁ କରଣ ଜୋହର ଆଜିକାଲି ତାଙ୍କ ଘରେ ଅଛନ୍ତି। ଘରେ ସେ ନିଜ ପିଲା ୟଶ ଏବଂ ରୁହିଙ୍କ ସହ ବହୁତ ମଜା କରୁଛନ୍ତି।  ଏଥିସହ ତାଙ୍କ ମା ହିରୋ ଜୋହର ମଧ୍ୟ ତାଙ୍କ ସହ ସମୟ ବିତାଉଛନ୍ତି। କରଣ ସୋସିଆଲ ମିଡିଆରେ ନିଜ ପିଲାମାନଙ୍କର ମଜାଳିଆ କଥାବାର୍ତ୍ତା ଲଗାତର ପୋଷ୍ଟ କରୁଛନ୍ତି। ଫ୍ୟାନ୍ସମାନେ ବି ଏହାକୁ ଖବୁ ପସନ୍ଦ କରୁଛନ୍ତି।

Comment