ଓଡ଼ିଶାଲାଇଭ୍‌ ବ୍ୟୁରୋ

କାଲିଠାରୁ ଆରମ୍ଭ ହେବ ମାଟ୍ରିକ ଖାତାଦେଖା। ସକାଳ ୧୦ଟାରୁ ଦିନ ୩ଟା ମଧ୍ୟରେ ମାଟ୍ରିକ ଖାତା ଦେଖିବେ ଶିକ୍ଷକ। ସାମାଜିକ ଦୂରତ୍ଵ ବଜାୟ ପାଇଁ କମ୍‌ ପରୀକ୍ଷକ ଖାତା ଦେଖିବେ। ଏନେଇ ସୂଚନା ଦେଲେ ମାଧ୍ୟମିକ ଶିକ୍ଷା ପରିଷଦ ସଭାପତି ରାମାଶିଷ ହାଜରା।

ପୂର୍ବରୁ ପ୍ରତିଦିନ ୩ଟି ପର୍ଯ୍ୟାୟରେ ଖାତା ମୂଲ୍ୟାୟନ ବ୍ୟବସ୍ଥା ହୋଇଥିଲା, ହେଲେ ଏହାକୁ ପରିବର୍ତ୍ତନ କରି ଦିଆଯାଇଛି। କେବଳ ୧୦ଟାରୁ ୩ଟା ମଧ୍ୟରେ କମ୍‌ ଶିକ୍ଷକ ଖାତା ଦେଖିବେ।

ପୂର୍ବରୁ ୨୦ ତାରିଖରେ ମାଟ୍ରିକ ଖାତା ଦେଖା ହେବା ନେଇ ନିଷ୍ପତ୍ତି ହୋଇଥିଲା। ହେଲେ ବାତ୍ୟା ଅମ୍ପନ ଯୋଗୁଁ ଏହାକୁ ୨୧ ତାରିଖକୁ ରଖାଯାଇଥିଲା। ଏହାପରେ ପୁଣି ଅନିର୍ଦ୍ଧିଷ୍ଟ କାଳ ଯାଏଁ ତାରିଖକୁ ଘୁଞ୍ଚାଇ ଦିଆଯାଇଥିଲା।

Comment