ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

ରାଜ୍ୟ ପାଇଁ ଭଲ ଖବର। ସୁସ୍ଥ ହେଲେ ଆଉ ୯୯ କରୋନା ଆକ୍ରାନ୍ତ। ଏହାସହ ବର୍ତ୍ତମାନ ରାଜ୍ୟରେ ୬୪୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ।

ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୩୪ ଜଣ ବାଲେଶ୍ଵର ଜିଲ୍ଲାର ହୋଇଥିବା ବେଳେ ଗଞ୍ଜାମରୁ ୧୫, ଯାଜପୁର ଓ କେନ୍ଦ୍ରାପଡ଼ାରୁ ୧୩ ଜଣ ଲେଖାଏଁ, ପୁରୀରୁ ୧୦, ଭଦ୍ରକରୁ ୯ ନୟାଗଡ଼ରୁ ୩, ଦେବଗଡ଼ ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି।

ସେହିପରି ଆଜି ସକାଳେ ରାଜ୍ୟରେ ୧୦୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ୯୬ ଜଣ କ୍ଵାରେଣ୍ଟିନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୭ ଜଣ ଲୋକାଲ ବୋଲି ଜଣାପଡ଼ିଛି।

ଏହାସହ ରାଜ୍ୟରେ ବର୍ତ୍ତମାନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୪୩୮ରେ ପହଞ୍ଚି ଥିବା ବେଳେ ୬୪୯ ଜଣ ସୁସ୍ଥ ହୋଇ ଘରକୁ ଫେରି ସାରିଲେଣି। ସେହିପରି ଆହୁରି ୭୮୨ ଜଣ ସକ୍ରିୟ ଥିବା ବେଳେ ୭ ଜଣଙ୍କ ମୃତ୍ୟୁ ହୋଇଛି।

Comment