ଓଡ଼ିଶାଲାଇଭ୍

Pradeep Rawat

ବି.ଆର୍ ଚୋପଡ଼ାଙ୍କ ନିର୍ମିତ “ମହାଭାରତ” ଜରିଆରେ ଛୋଟ ତଥା ବଡ଼ ପରଦାରେ ପାଦ ଥାପିଥିଲେ ଆଜିର ଅନେକ ବଡ଼ ବଡ଼ କଳାକାର। ଏହି ସୋ’ ଜରିଆରେ ପ୍ରାୟ ସମସ୍ତଙ୍କୁ ମିଳିଥିଲା ବହୁତ ଲୋକପ୍ରିୟତା। ତେବେ ଆପଣ କ’ଣ ଜାଣନ୍ତି ବଲିଉଡରେ ଗଜନୀ ଚଳଚିତ୍ରରେ ମୁଖ୍ୟ ଖଳନାୟକ ଭୂମିକାରେ ଅଭିନୟ କରିଥିବା ପ୍ରଦୀପ ରାଓ୍ୱତ “ମହାଭାରତ”ରେ ମଧ୍ୟ ଏକ ଖାସ୍ ଭୂମିକାରେ ନଜର ଆସିଥିଲେ। ଏହି ଚରିତ୍ରଟି ହେଉଛି ଗୁରୁ ଦ୍ରୋଣଙ୍କ ପୁତ୍ର ଅଶ୍ୱତ୍ଥାମା।

“ଅଶ୍ୱତ୍ଥାମା” ଚରିତ୍ରରେ ନିଜର ଅଭିନୟର କାରିଗରୀ ଦେଖାଇ ବହୁତ ପ୍ରସଂଶା ସାଉଁଟିଥିଲେ ପ୍ରଦୀପ। ମହାଭାରତରେ ଏହି ଚରିତ୍ରର ନିଜସ୍ୱ ଗାରିମା ଅଛି। ପାଣ୍ଡବମାନଙ୍କ ସମସ୍ତ ସନ୍ତାନଙ୍କ ହତ୍ୟା କରିଥିବାରୁ ଶ୍ରୀକୃଷ୍ଣ ଅଶ୍ୱତ୍ଥାମାଙ୍କ ମୁଣ୍ଡରେ ଥିବା ମଣିକୁ କାଢ଼ିନେଇଥିଲେ ଏବଂ ତାଙ୍କୁ ଅଭିଶାପ ଦେଇଥିଲେ।

pradeep rawat in mahabharat

ଏହି ଚରିତ୍ରରେ ଅଭିନୟ କରିବା ପରେ ପ୍ରଦୀପ ବହୁ ସାଉଥ୍ ଫିଲ୍ମ, ବଲିଉଡ ଫିଲ୍ମ ତଥା ସିରିୟଲରେ ମଧ୍ୟ କାମ କରିଛନ୍ତି। କିନ୍ତୁ ୨୦୦୮ରେ ଗଜନୀ ଫିଲ୍ମରେ ମୁଖ୍ୟ ଖଳନାୟକ “ଗଜନୀ” ଭୂମିକାରେ ଅଭିନୟ କରି ସେ ବିଶେଷ ଲୋକପ୍ରିୟତା ହାସଲ କରିଥିଲେ। ଏଥିରେ ମୁଖ୍ୟ ଭୂମିକାରେ ଅମିର ଖାନ ଅଭିନୟ କରିଥିଲେ ମଧ୍ୟ “ଗଜନୀ” ଚରିତ୍ରଟି ଲୋକଙ୍କ ଦ୍ୱାରା ବେଶ୍ ଆଦୃତ ହୋଇଥିଲା। ଅମିର ଖାନଙ୍କ ସହ ସେ ଫିଲ୍ମ “ଲଗାନ”ରେ ମଧ୍ୟ ସହକଳାକାର ଭାବରେ ନଜର ଆସିଥିଲେ।

Pradeep Rawat

ପ୍ରଦୀପ ରାଓ୍ୱତ ମୁଖ୍ୟତଃ ସାଉଥ୍ ଇଣ୍ଡଷ୍ଟ୍ରୀରେ ଅଧିକ ସକ୍ରିୟ ଥିବାର ଦେଖାଯାଏ। ୨୦୦୬ରେ ତେଲେଗୁ ଫିଲ୍ମ “Sye” ପାଇଁ ତାଙ୍କୁ ଫିଲ୍ମଫେୟର ତରଫରୁ “ବେଷ୍ଟ ଭିଲେନ୍” ଆଓ୍ୱାର୍ଡ ମଧ୍ୟ ମିଳିଥିଲା। ଏହା ସହ ଏହି ଫିଲ୍ମ ପାଇଁ ଆହୁରି ୨ଟି ଆଓ୍ୱାର୍ଡ ମଧ୍ୟ ସେ ଜିତିଥିଲେ।

ଯଦିଓ ବହୁ ସଂଖ୍ୟକ ଫିଲ୍ମରେ ପ୍ରଦୀପ ନଜର ଆସିନାହାନ୍ତି, କିନ୍ତୁ ନିଜର ନିଖୁଣ ଅଭିନୟ ଦ୍ୱାରା ସେ ବହୁମାତ୍ରାରେ ଦର୍ଶକଙ୍କ ହୃଦୟ ଜିଣିପାରିଛନ୍ତି।

Comment