ଓଡ଼ିଶାଲାଇଭ୍‌ ବ୍ୟୁରୋ

ଉତ୍ତରାଖଣ୍ଡ ଉତ୍ତର ଭାରତର ଏକ ରାଜ୍ୟ, ଯାହାକୁ ଦେବ ଭୂମି ବୋଲି କୁହାଯାଏ। ଦେଶ ବିଦେଶରୁ ଅନେକ ଲୋକ ଉତ୍ତରାଖଣ୍ଡର ସୌନ୍ଦର୍ଯ୍ୟକୁ ଅନୁଭବ କରିବାକୁ ଏଠାକୁ ଆସିଥାନ୍ତି।

ଉତ୍ତରାଖଣ୍ଡର ଗରୱାଲ ଅଞ୍ଚଳରେ ଅବସ୍ଥିତ କଳପ ଗ୍ରାମ, ରୁପିନ୍ ନଦୀ କୂଳରେ ୭୮୦୦ଫୁଟ ଉଚ୍ଚରେ ଅଛି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ କଳପ ଅଞ୍ଚଳରେ ଏକ ମନ୍ଦିର ଅଛି, ଯେଉଁଠି ମହାଭାରତର କର୍ଣ୍ଣଙ୍କୁ ମୂର୍ତ୍ତିକୁ ପୂଜା କରାଯାଉଛି। ବିଶେଷ କଥା ହେଉଛି କର୍ଣ୍ଣ ମହାରାଜା ଉତ୍ସବ ମଧ୍ୟ ପାଳନ ହେଉଛି। ଏଠାକାର ଲୋକ ନିଜକୁ ପାଣ୍ଡବ ଓ କୌରବଙ୍କ ବଂଶଧର ବୋଲି ମଧ୍ୟ କହନ୍ତି।

ଏହି ଗାଁର ଅଧିକାଂଶ ଲୋକ କୃଷକ ଅଟନ୍ତି। କୃଷି କାମ କରି ଜୀବିକା ନିର୍ବାହ କରନ୍ତି। ଏଠାକାର ଲୋକଙ୍କ ଖାଦ୍ୟ ପାନୀୟ ମଧ୍ୟ ବହୁତ ସାଧାରଣ। ଏହି ଅଞ୍ଚଳରେ ଶୀତଦିନରେ ତୁଷାରପାତ ମଧ୍ୟ ହୁଏ। ଏହା ଏହି ସ୍ଥାନର ସୌନ୍ଦର୍ଯ୍ୟକୁ ଦୁଇ ଗୁଣିତ କରିଥାଏ।

Comment