ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ହିନ୍ଦୀ ଟେଲିଭିଜନ ଜଗତର ଏମିତି କିଛି ଜଣାଶୁଣା ଅଭିନେତ୍ରୀ ନିଜ ନାଁ ବଦଳାଇବା ପରେ ଲୋକଙ୍କ ନିକଟରେ ପରିଚିତ ହୋଇଛନ୍ତି।

ବଲିଉଡ ଇଣ୍ଡଷ୍ଟ୍ରିଠାରୁ ଆରମ୍ଭ କରି ଟିଭି ଇଣ୍ଡଷ୍ଟ୍ରି ପର୍ଯ୍ୟନ୍ତ, ଆପଣ ଏପରି ଅନେକ ତାରକାଙ୍କୁ ପାଇବେ, ଯେଉଁମାନେ ସେମାନଙ୍କର ନାମ ପରିବର୍ତ୍ତନ କରିବା ପରେ ନିଜ କ୍ୟାରିଅରରେ ସଫଳ ହୋଇଛନ୍ତି। ତେଣୁ ଆଜି ଆମେ ଟିଭିର ସେହି ଜଣାଶୁଣା ଅଭିନେତ୍ରୀମାନଙ୍କ ବିଷୟରେ କହିବୁ ଯେଉଁମାନେ ନିଜ ନାଁ ବଦଳାଇବା ପରେ ବେଶ୍‌ ସଫଳତା ପାଇଛନ୍ତି।

ରଶ୍ମୀ ଦେଶାଇ

ଛୋଟରୁ ବଡ ପରଦାରେ ସମସ୍ତଙ୍କ ହୃଦୟ ଜିତିଥିବା ରଶ୍ମୀ ଦେଶାଇ ସିରିଏଲ ‘ଉତରନ’ରୁ ନାଁ କରିଥିଲେ। ନିକଟରେ ରଶ୍ମୀଙ୍କୁ ‘ବିଗ୍ ବସ୍ ୧୩’ରେ ମଧ୍ୟ ଦେଖିବାକୁ ମିଳିଥିଲା। ରଶ୍ମୀଙ୍କର ପ୍ରଥମ ନାଁ ଦିବ୍ୟା ଥିଲା, କିନ୍ତୁ ତାଙ୍କ ମା’ ଜଣେ ଜ୍ୟୋତିଷଙ୍କ ପରାମର୍ଶରେ ତାଙ୍କ ନାମ ରଶ୍ମୀ ରଖିଲେ।

ନିଆ ଶର୍ମା

‘ଜମାଇ ରାଜା’ ସିରିଏଲରୁ ଘରେ ଘରେ ପରିଚିତ ହୋଇଥିବା ନିଆ ନିଜ ବୋଲ୍ଡନେସ ପାଇଁ ବେଶ ଚର୍ଚ୍ଚାରେ ରହନ୍ତି। ଆଜିକାଲି ‘ନାଗିନ୍’ ସୋ’ରୁ ନିଆ ଆହୁରି ସଫଳତା ପାଇଛନ୍ତି। ନିଆଙ୍କ ନାମ ପୂର୍ବରୁ ନେହା ଥିଲା, ଯାହାକୁ ସେ ନିଆ ଶର୍ମା କରିଦେଇଛନ୍ତି।

ଅନୀତା

ଟିଭିର ଲୋକପ୍ରିୟ ଅଭିନେତ୍ରୀ ଅନୀତା ‘ତାଲ’ ଫିଲ୍ମରୁ ଅଭିନୟ ଆରମ୍ଭ କରିଥିଲେ। ଏହି ଫିଲ୍ମରୁ ଅନୀତାଙ୍କୁ ବିଶେଷ ସଫଳତା ମିଳିନଥିଲା। କିନ୍ତୁ ଯେତେବେଳେ ସେ ଟିଭିରେ ପାଦ ଦେଇଥିଲେ, ସେତେବେଳେ ବେଶ ସଫଳ ହୋଇଥିଲେ। ସିରିଏଲ ‘ୟେ ହୈ ମହବତେଁ’ରୁ ତାଙ୍କୁ ପରିଚୟ ମିଳିଲା। ଅନୀତାଙ୍କ ପ୍ରଥମ ନାମ ଥିଲା ନତାଶା।

Comment