ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ସମସ୍ତଙ୍କର ପ୍ରିୟ ଓଡ଼ିଆ ଅଭିନେତା ପପୁ ପମ୍‌ ପମ୍‌। କ’ଣ ଆପଣ ଜାଣନ୍ତି କି ଓଲିଉଡକୁ ଆସିବା ଆଗରୁ ସେ କ’ଣ କରୁଥିଲେ।

ଜଣେ ଓଡ଼ିଆ ଫିଲ୍ମ, ଟେଲିଭିଜନ ଓ ମଞ୍ଚ ହାସ୍ୟ ଅଭିନେତା ଭାବେ ଓଲିଉଡରେ ପରିଚୟ ସୃଷ୍ଟି କରିଛନ୍ତି ପପୁ ପମ୍‌ ପମ୍‌। ବର୍ତ୍ତମାନ ଯାଏଁ ଅନେକ ଫିଲ୍ମରେ ଅଭିନୟ କରି ସେ ଦର୍ଶକଙ୍କୁ ଭରପୂର ମନୋରଞ୍ଜନ ଯୋଗାଇଛନ୍ତି। କିନ୍ତୁ ଆପଣ ଜାଣନ୍ତି କି ଓଲିଉଡକୁ ଆସିବା ପୂର୍ବରୁ ସେ କ’ଣ କରୁଥିଲେ ଓ କେମିତି ସେ ସମସ୍ତଙ୍କ ନିକଟରେ ପପୁ ପମ୍‌ ପମ୍‌ ଭାବେ ପରିଚିତ ହୋଇଗଲେ?

୨୦୦୨ରେ ନିଜ ପରିବାରର ଇଛା ବିରୁଦ୍ଧରେ ବାହା ହୋଇଥିଲେ ପପୁ। ଏହାପରଠାରୁ ତାଙ୍କ ପାଇଁ ଘରର କବାଟ ସବୁଦି ପାଇଁ ବନ୍ଦ ହୋଇଗଲା। ୨୦୦୭ ମସିହାରେ ତାଙ୍କ ପୁଅ ଜନ୍ମ ହେଲାପରେ ପରିବାର ତାଙ୍କୁ ଆପଣେଇଥିଲେ। ଏହାପରେ ସେ ରେଡିଓ ଚକୋଲେଟ ୧୦୪ ଏଫଏମରେ ପପୁ ପମ ପମ ନାମରେ ଉପସ୍ଥାପକ ଭାବେ କିଛିଦିନ କାମ କରିଥିଲେ। ଏହିଠାରୁ ସେ ପପୁ ପମ୍‌ ପମ୍‌ ଭାବେ ସମସ୍ତଙ୍କ ନିକଟରେ ପରିଚିତ ହୋଇଥିଲେ।

୨୦୦୯ ମସିହାରେ ତରଙ୍ଗ ଟିଭି ସହିତ କମେଡି ଧାରାବାହିକରେ ଅଭିନୟ କରିବା ପାଇଁ ଚୁକ୍ତି କରିଥିଲେ। ଏହାପରଠାରୁ ସେ ତରଙ୍ଗ ଟିଭି ଓ ତରଙ୍ଗ ମ୍ୟୁଜିକର ଅନେକ ଧାରାବାହିକରେ କମେଡିଆନ ଭୁମିକାରେ ଅଭିନୟ କରିଥିଲେ। ତା’ ପରେ ପପୁଙ୍କର ଫିଲ୍ମ ଦୁନିଆରେ ଏଣ୍ଟ୍ରି ହୋଇଥିଲା।

Comment