ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ରାଜ୍ୟରେ ପୁଣି କରୋନା କବଳରୁ ସୁସ୍ଥ ହେଲେ ୭୯ ଜଣ ଆକ୍ରାନ୍ତ। ଫଳରେ ଓଡ଼ିଶାରେ କରୋନା ଆକ୍ରାନ୍ତ ସୁସ୍ଥ ହେବା ସଂଖ୍ୟା ୮୧୨କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ୍ କରି ସୂଚନା ଦେଇଛି।

ଆଜି ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଭଦ୍ରକରୁ ଜିଲ୍ଲାରୁ ସର୍ବାଧିକ ୨୮ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ଗଞ୍ଜାମ ଜିଲ୍ଲାରୁ ୧୧ ଜଣ, ଯାଜପୁରରୁ ୫, ବାଲେଶ୍ୱରରୁ ୧୭, କଟକରୁ ୪, କେନ୍ଦୁଝରରୁ ୩, ଖୋର୍ଦ୍ଧାରୁ ୨, ବଲାଙ୍ଗିରରୁ ୨ ଓ ପୁରୀରୁ ୭ ଜଣ ସୁସ୍ଥ ହୋଇଛନ୍ତି।

ରାଜ୍ୟରେ ଏବେ ମୋଟ ୧୫୯୩ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସେଥିମଧ୍ୟରୁ ୮୧୨ ଜଣ ସୁସ୍ଥ ଓ ୭ ଜଣ ପ୍ରାଣ ହରାଇଛନ୍ତି। ବାକି ଅନ୍ୟ ଆକ୍ରାନ୍ତମାନେ ଏବେ ବି ଚିକିତ୍ସିତ ହେଉଥିବା ନେଇ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।

Comment