ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଅମିତାଭ ଏବଂ ଆୟୁଷ୍ମାନଙ୍କ ଆଗାମୀ ଫିଲ୍ମ ‘ଗୁଲାବେ ସିତାବୋ’ର ପ୍ରଥମ ଗୀତ ରିଲିଜ ହୋଇଛି। ଏହି ଗୀତର ଟାଇଟଲ ରହିଛି ‘ଜୁତମ ଫେଙ୍କ୍‌’। ଏହି ଗୀତରେ କଣ୍ଠଦାନ କରିଛନ୍ତି ପିୟୁଷ ମିଶ୍ର। ଏଥିରେ ଅମତାଭ ବଚ୍ଚନ ଓ ଆୟୁଷ୍ମାନଙ୍କର ମୂଷା, ବିଲେଇ ଭଳି ଲଢ଼େଇ ଦେଖିବାକୁ ମିଳିଛି। ଏହି ଗୀତକୁ ସୋସିଆଲ ମିଡିଆରେ ଭଲ ରେସପନ୍ସ ମିଳିଛି।

ପ୍ରଥମ ଥର ପାଇଁ ଏହି ଫିଲ୍ମରେ ଅମିତାଭ ବଚ୍ଚନ ଏବଂ ଆୟୁଷ୍ମାନ ଖୁରାନା ଏକାଠି ନଜର ଆସିଛନ୍ତି। ଏହି ଫିଲ୍ମ ଜୁନ୍ ୧୨ ରେ ଡିଜିଟାଲ ପ୍ଲାଟଫର୍ମ  ଓଟିଟିରେ ମୁକ୍ତିଲାଭ କରିବାର ଯୋଜନା ରହିଛି।

ଏହି ଫିଲ୍ମରେ ଆପଣ ଅମିତାଭଙ୍କୁ ଜଣେ ବୃଦ୍ଧ ବ୍ୟକ୍ତି ଭୂମିକାରେ ଦେଖିବାକୁ ପାଇବା। ସେହିପରି ଏଥିରେ ଆୟୁଷ୍ମାନଙ୍କ ଲୁକ୍‌ ରହିଛି ସମ୍ପୂର୍ଣ୍ଣ ନିଆରା। ଏହି ଫିଲ୍ମର କାହାଣୀ ଜୁହି ଚତୁର୍ବେଦୀ ଲେଖିଥିଲା ବେଳେ ସୁଜିତ ସରକର ଏହାର ନିର୍ଦ୍ଦେଶନା ଦେଇଛନ୍ତି।

Comment