ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶାର ଗରିବ, ପ୍ରବାସୀ ଶ୍ରମିକ ଏବଂ ଚାଷୀଙ୍କ ହକ୍‌ ପାଇଁ ଓଡ଼ିଶା ପ୍ରଦେଶ କଂଗ୍ରେସ ପକ୍ଷରୁ ସୋସିଆଲ ମିଡିଆରେ ‘ସ୍ପିକ୍‌ ଅଫ୍ ଇଣ୍ଡିଆ’ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ସକାଳ ୧୧ଟାରୁ ଦିନ ୨ଟା ଭିତରେ ଏହି କାର୍ଯ୍ୟକ୍ରମ ଚାଲିବ। ଓଡ଼ିଶାର ୫୦ ଲକ୍ଷ ଲୋକଙ୍କୁ ଏହି କ୍ୟାମ୍ପେନରେ ଯୋଡ଼ିବାକୁ ଲକ୍ଷ୍ୟ ରଖିଛି କଂଗ୍ରେସ। ଏହାସହ ପ୍ରତି ନିର୍ବାଚନ ମଣ୍ଡଳୀର ୧୦ରୁ ୧୫ ହଜାର ଲୋକଙ୍କୁ ଯୋଡ଼ିବା ପାଇଁ ଦଳ ଲକ୍ଷ୍ୟ ରଖିଥିବା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି।

ଗରିବ ପରିବାର, ଚାଷୀ ଏବଂ ପ୍ରବାସୀ ଶ୍ରମିକଙ୍କୁ ସେମାନଙ୍କ ଅଧିକାର ଦେବା ପାଇଁ କଂଗ୍ରେସ ଏହି ଅଭିଯାନ ଆରମ୍ଭ କରୁଛି।

ପ୍ରତ୍ୟେକ ଗରିବ ପରିବାରକୁ ୬ ମାସ ଯାଏଁ ପ୍ରତି ମାସରେ ୭ ହଜାର ୫୦୦ ଟଙ୍କା ଦେବାକୁ କଂଗ୍ରେସ ଦାବି କରିଛି। ପ୍ରଥମ କିସ୍ତରେ ୧୦ ହଜାର ଟଙ୍କା ଗରିବ ପରିବାର ଆକଉଣ୍ଟକୁ ଦେବା ଲାଗି କଂଗ୍ରେସ କହିଛି।

ପ୍ରବାସୀ ଶ୍ରମିକମାନେ ଯେଉଁଠି ଅଟକିଛନ୍ତି ସେଠାରୁ ସେମାନଙ୍କୁ ସରକାର ସମସ୍ତ ଖର୍ଚ୍ଚ ବହନ କରି ନିଜ ଗାଁକୁ ପଠାଇବାକୁ ଦାବି କରିଛି। ସେହିପରି ଖରିଫ୍‌ ୠତୁରେ ଚାଷୀଙ୍କୁ ସହାୟତା ଯୋଗାଇ ଦେବାକୁ ଦାବି କରିଛି କଂଗ୍ରେସ।

Comment