ଓଡ଼ିଶାଲାଇଭ୍‌ ବ୍ୟୁରୋ

ଶରୀରକୁ ଫିଟ୍‌ ରଖିବା ପାଇଁ ସବୁ ପ୍ରକାର ଫଳ ଖାଇବା ଆବଶ୍ୟକ। ଡାଳିମ୍ବ ଫଳ ସ୍ଵାସ୍ଥ୍ୟ ପାଇଁ ଖୁବ୍ ଉପକାରୀ। ତେବେ ଏହାର ଚୋପାରେ ମଧ୍ୟ ଔଷଧୀୟ ଗୁଣ ଭରପୂର ରହିଛି।

ଡାଳିମ୍ବରେ ଭିଟାମିନ-ଏ, ସି, ଇ, ଫୋଲିକ ଏସିଡ୍‌ ଓ ଆଣ୍ଟି ଅକ୍ସିଡାଣ୍ଟ ପ୍ରଚୁର ପରିମାଣରେ ରହିଥାଏ। ତେଣୁ ଡାଳିମ୍ବ ଖାଇଲେ ଏହା ଶରୀର ପାଇଁ ବେଶ୍ ଉପକାରୀ ସାବ୍ୟସ୍ତ ହୋଇଥାଏ।

  • ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ିବା ସହ ଥଣ୍ଡା, ସର୍ଦିରୁ ମଧ୍ୟ ରକ୍ଷା ମିଳିଥାଏ।
  • ଡାଳିମ୍ବ ଶରୀରରେ ହିମୋଗ୍ଳୋବିନ ମାତ୍ରାକୁ ବୃଦ୍ଧି କରିଥାଏ।
  • ପ୍ରତ୍ୟେକ ଦିନ ଡାଳିମ୍ବ ଖାଇଲେ ମଧ୍ୟ ବ୍ୟକ୍ତିର ତ୍ୱଚାରେ ଔଜ୍ଜ୍ୱଲ୍ୟ ଆସିଥାଏ।
  • ଡାଳିମ୍ବରେ ଭିଟାମିନ-ଏ, ସି, ଇ, ଫୋଲିକ ଏସିଡ୍‌ ଓ ଆଣ୍ଟି ଅକ୍ସିଡାଣ୍ଟ ପ୍ରଚୁର ପରିମାଣରେ ରହିଥାଏ। ପ୍ରତିଦିନ ଡାଳିମ୍ବ ରସ ପିଇବା ଦ୍ୱାରା ରକ୍ତ ସଞ୍ଚାଳନ ଠିକ୍‌ ରହିଥାଏ। ଫଳରେ ହାର୍ଟ ଷ୍ଟ୍ରୋକ ହେବାର ଆଶଙ୍କା ମଧ୍ୟ କମି ଯାଇଥାଏ।
  • ରକ୍ତରେ ଆଇରନ କମ ଥିଲେ ନିୟମିତ ଡାଳିମ୍ବ ରସ ପିଇଲେ ମିଳିଥାଏ ସୁଫଳ।
  • ସେହିପରି ବିଭିନ୍ନ ଦାନ୍ତ ସମସ୍ୟାରେ ଡାଳିମ୍ବ ମହୋଷଧୀ ଭଳି କାର୍ଯ୍ୟ କରିଥାଏ।
  • ଡାଳିମ୍ବ ଚୋପା ଶୁଖୁଲା କାଶର ମହୋଷଧି। ଶୁଖିଲା ଡାଲିମ୍ବ ଚୋପାର ଚୂର୍ଣ୍ଣକୁ ନିୟମିତ ସକାଳେ ଏବଂ ସନ୍ଧ୍ୟାରେ ସେବନ କରିବା ଦ୍ଵାରା ଖୁବ୍ ଆରାମ ମିଳିଥାଏ। ଚା’ କିମ୍ବା ଉଷୁମ ପାଣିରେ ମିଶାଇ ମଧ୍ୟ ଏହାକୁ ସେବନ କରିପାରିବେ। ୧୫ ଦିନ ପର୍ଯ୍ୟନ୍ତ ଏଭଳି କଲେ ରୋଗ ଉପରେ ଏହାର ପ୍ରଭାବ ଦେଖିବାକୁ ମିଳିବ।

Comment