ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆସନ୍ତାକାଲିଠୁ ରାଜ୍ୟରେ ଗଡ଼ିବ ଘରୋଇ ବସ୍‌। ହେଲେ ଯାତ୍ରୀଙ୍କ ଭଡ଼ା ବଢ଼ି ନଥିବା ରାଜ୍ୟ ପରିହନ କର୍ତ୍ତୃପକ୍ଷ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ଗତ ମାର୍ଚ୍ଚ ୨୧ରେ ଯେଉଁ ଭଡ଼ା ଲାଗୁ କରାଯାଇଥିଲା ତାହା ଅପରିବର୍ତ୍ତିତ ରହିବ। ତେବେ ଜାଣନ୍ତୁ, ଭୁବନେଶ୍ୱର ବରମୁଣ୍ଡା ବସ୍‌ ଷ୍ଟାଣ୍ଡରୁ ଯେଉଁ ଯାତ୍ରୀମାନେ ବିଭିନ୍ନ ସହରକୁ ଯିବାକୁ ଚାହୁଁଛନ୍ତି ସେମାନଙ୍କୁ କେତେଟଙ୍କା ଦେବାକୁ ପଡ଼ିବ?

ଅନୁଗୁଳ: ଭୁବନେଶ୍ୱର ବରମୁଣ୍ଡା ବସ୍‌ଷ୍ଟାଣ୍ଡରୁ ଯେଉଁ ଯାତ୍ରୀ ସାଧାରଣ ବସ୍‌ରେ ଅନୁଗୁଳୁ ଯିବାକୁ ଚାହୁଁଛନ୍ତି ସେମାନଙ୍କୁ କିଲୋମିଟର ପିଛା ୬୭ ପଇସା ହିସାବରେ ୮୯ଟଙ୍କା ଦେବାକୁ ପଡ଼ିବ। ଏକ୍ସପ୍ରେସ୍‌ ବସ୍‌ରେ କିଲୋମିଟର ପିଛା ୭୦ ପଇସା ହିସାବରେ ୯୩ ଟଙ୍କା, ଡିଲକ୍ସ ବସ୍‌ରେ କିଲୋମିଟର ପିଛା ୯୫ ପଇସା ହିସାବରେ ୧୨୬ ଟଙ୍କା ଏବଂ ଏସି ଡିଲକ୍ସ ବସ୍‌ରେ କିଲୋମିଟର ପିଛା ୧ ଟଙ୍କା ୧୭ ପଇସା ହିସାବରେ ୧୫୬ ଟଙ୍କା ଦେବାକୁ ପଡ଼ିବ।

ବାଲେଶ୍ୱର: ସାଧାରଣ ବସ୍‌ରେ ଯିବାକୁ ଥିବା ଯାତ୍ରୀଙ୍କୁ ୧୪୩ ଟଙ୍କା, ଏକ୍ସପ୍ରେସ୍‌ ବସ୍‌ରେ ୧୫୦ ଟଙ୍କା, ଡିଲକ୍ସ ବସ୍‌ରେ ୨୦୩ ଟଙ୍କା ଏବଂ ଏସି ଡିଲକ୍ସ ବସ୍‌ରେ ୨୫୦ ଟଙ୍କା ଦେବାକୁ ପଡ଼ିବ।

ବରଗଡ଼: ସାଧାରଣ ବସ୍‌ ଯାତ୍ରୀଙ୍କୁ ୨୨୮ ଟଙ୍କା, ଏକ୍ସପ୍ରେସ୍‌ ବସ୍‌ରେ ୨୩୯ ଟଙ୍କା, ଡିଲକ୍ସ ବସ୍‌ରେ ୩୨୪ ଟଙ୍କା ଏବଂ ଏସି ଡିଲକ୍ସ ବସ୍‌ରେ ୩୯୯ ଟଙ୍କା ଦେବାକୁ ପଡ଼ିବ।

ବ୍ରହ୍ମପୁର: ସାଧାରଣ ବସ୍‌ରେ ୧୧୭ ଟଙ୍କା, ଏକ୍ସପ୍ରେସ୍‌ ୧୨୨ ଟଙ୍କା, ଡିଲକ୍ସ ବସ୍‌ରେ ୧୬୫ ଟଙ୍କା ଏବଂ ଏସି ଡିଲକ୍ସ ବସ୍‌ରେ ୨୦୪ ଟଙ୍କା ଦେବାକୁ ପଡ଼ିବ।

ଭଦ୍ରକ: ସାଧାରଣ ବସ୍‌ରେ ୯୩ ଟଙ୍କା, ଏକ୍ସପ୍ରେସ୍‌ ବସ୍‌ରେ ୯୭ ଟଙ୍କା, ଡିଲକ୍ସ ୧୩୨ ଟଙ୍କା ଏବଂ ଏସି ଡିଲକ୍ସରେ ୧୬୩ ଟଙ୍କା ଦେବାକୁ ପଡ଼ିବ।

ବଲାଙ୍ଗୀର: ସାଧାରଣ ବସ୍‌ରେ ୨୦୮ ଟଙ୍କା, ଏକ୍ସପ୍ରେସ୍‌ରେ ୨୧୮ ଟଙ୍କା, ଡିଲକ୍ସ ବସ୍‌ରେ ୨୯୫ ଟଙ୍କା ଏବଂ ଏସି ଡିଲକ୍ସରେ ୩୬୪ ଟଙ୍କା ଦେବାକୁ ପଡ଼ିବ।

ବୌଦ୍ଧ: ସାଧାରଣ ବସ୍‌ରେ ୧୩୮ ଟଙ୍କା, ଏକ୍ସପ୍ରେସ୍‌ ବସ୍‌ରେ ୧୪୪ ଟଙ୍କା, ଡିଲକ୍ସ ବସ୍‌ରେ ୧୯୬ ଟଙ୍କା ଏବଂ ଏସି ଡିଲକ୍ସ ବସ୍‌ରେ ୨୪୧ ଟଙ୍କା ଦେବାକୁ ପଡ଼ିବ।

କଟକ: ସାଧାରଣ ବସ୍‌ରେ ୨୦ ଟଙ୍କା, ଏକ୍ସପ୍ରେସ୍‌ ବସ୍‌ ୨୧ ଟଙ୍କା, ଡିଲକ୍ସ ବସ୍‌ରେ ୨୯ ଏବଂ ଏସି ଡିଲକ୍ସ ବସ୍‌ରେ ୩୫ ଟଙ୍କା ଦେବାକୁ ପଡ଼ିବ।

ଦେବଗଡ଼: ସାଧାରଣ ବସ୍‌ରେ ୧୬୭ ଟଙ୍କା, ଏକ୍ସପ୍ରେସ୍‌ ବସ୍‌ରେ ୧୭୪ ଟଙ୍କା, ଡିଲକ୍ସ ବସ୍‌ରେ ୨୩୭ ଏବଂ ଏସି ଡିଲକ୍ସ ବସ୍‌ରେ ୨୯୧ ଟଙ୍କା ଦେବାକୁ ପଡ଼ିବ।

ଢେଙ୍କାନାଳ: ସାଧାରଣ ବସ୍‌ରେ ୪୬ ଟଙ୍କା, ଏକ୍ସପ୍ରେସ୍‌ ବସ୍‌ରେ ୪୮, ଡିଲକ୍ସ ବସ୍‌ରେ ୬୫ ଏବଂ ଏସି ଡିଲକ୍ସ ବସ୍‌ରେ ୮୦ ଟଙ୍କା ଦେବାକୁ ପଡ଼ିବ।

ଗଜପତି: ସାଧାରଣ ବସ୍‌ରେ ୧୪୭ ଟଙ୍କା, ଏକ୍ସପ୍ରେସରେ ୧୫୪ ଟଙ୍କା, ଡିଲକ୍ସରେ ୨୦୯ ଏବଂ ଏସି ଡିଲକ୍ସ ବସ୍‌ରେ ୨୫୭ ଟଙ୍କା ଦେବାକୁ ପଡ଼ିବ।

ଛତ୍ରପୁର: ସାଧାରଣ ବସ୍‌ରେ ୧୦୩ ଟଙ୍କା, ଏକ୍ସପ୍ରେସ୍‌ ବସ୍‌ରେ ୧୦୭ ଟଙ୍କା, ଡିଲକ୍ସ ବସ୍‌ରେ ୧୪୫ ଟଙ୍କା ଏବଂ ଏସି ଡିଲକ୍ସ ବସ୍‌ରେ ୧୭୯ ଟଙ୍କା ଦେବାକୁ ପଡ଼ିବ।

ଜଗତସିଂହପୁର: ସାଧାରଣ ବସ୍‌ରେ ୪୪ ଟଙ୍କା, ଏକ୍ସପ୍ରେସ୍‌ ବସ୍‌ରେ ୪୬ ଟଙ୍କା, ଡିଲକ୍ସରେ ୬୩ ଏବଂ ଏସି ଡିଲକ୍ସରେ ୭୭ ଟଙ୍କା ଦେବାକୁ ପଡ଼ିବ।

ଯାଜପୁର: ସାଧାରଣ ବସ୍‌ରେ ୭୨ ଟଙ୍କା, ଏକ୍ସପ୍ରେସ୍‌ ବସ୍‌ରେ ୭୬ ଟଙ୍କା, ଡିଲକ୍ସରେ ୧୦୩ ଟଙ୍କା ଏବଂ ଏସି ଡିଲକ୍ସରେ ୧୨୬ ଟଙ୍କା ଦେବାକୁ ପଡ଼ିବ।

ଜୟପୁର: ସାଧାରଣ ବସ୍‌ରେ ୩୪୨ ଟଙ୍କା, ଏକ୍ସପ୍ରେସ୍‌ ବସ୍‌ରେ ୩୫୮ ଟଙ୍କା, ଡିଲକ୍ସ ବସ୍‌ରେ ୪୮୫ ଟଙ୍କା ଏବଂ ଏସି ଡିଲକ୍ସ ବସ୍‌ରେ ୫୯୮ ଟଙ୍କା ଦେବାକୁ ପଡ଼ିବ।

ଝାରସୁଗୁଡ଼ା: ସାଧାରଣ ବସ୍‌ରେ ୨୩୫ ଟଙ୍କା, ଏକ୍ସପ୍ରେସ୍‌ ବସ୍‌ରେ ୨୪୫ ଟଙ୍କା, ଡିଲକ୍ସରେ ୩୩୩ ଏବଂ ଏସି ଡିଲକ୍ସରେ ୪୧୦ ଟଙ୍କା ଦେବାକୁ ପଡ଼ିବ।

ଭବାନିପାଟଣା: ସାଧାରଣ ବସ୍‌ରେ ୨୬୪ ଟଙ୍କା, ଏକ୍ସପ୍ରେସ୍‌ ବସ୍‌ରେ ୨୭୬ ଟଙ୍କା, ଡିଲକ୍ସରେ ୩୭୪ ଏବଂ ଏସି ଡିଲକ୍ସରେ ୪୬୧ ଟଙ୍କା ଦେବାକୁ ପଡ଼ିବ।

କନ୍ଧମାଳ: ସାଧାରଣ ବସ୍‌ରେ ୧୩୯ ଟଙ୍କା, ଏକ୍ସପ୍ରେସ୍‌ ବସ୍‌ରେ ୧୪୬, ଡିଲକ୍ସରେ ୧୯୮ ଏବଂ ଏସି ଡିଲକ୍ସରେ ୨୪୩ ଟଙ୍କା ଦେବାକୁ ପଡ଼ିବ।

କେନ୍ଦ୍ରାପଡ଼ା: ସାଧାରଣ ବସ୍‌ରେ ୬୧ ଟଙ୍କା, ଏକ୍ସପ୍ରେସ ବସ୍‌ରେ ୬୪ ଟଙ୍କା, ଡିଲକ୍ସ ବସ୍‌ରେ ୮୬ ଏବଂ ଏସି ଡିଲକ୍ସ ବସ୍‌ରେ ୧୦୬ ଟଙ୍କା ଦେବାକୁ ପଡ଼ିବ।

କେନ୍ଦୁଝର: ସାଧାରଣ ବସ୍‌ରେ ୧୪୩ ଟଙ୍କା, ଏକ୍ସପ୍ରେସ୍‌ରେ ୧୫୦, ଡିଲକ୍ସରେ ୨୦୩ ଏବଂ ଏସି ଡିଲକ୍ସରେ ୨୫୦ ଟଙ୍କା ଦେବାକୁ ପଡ଼ିବ।

ଖୋର୍ଦ୍ଧା: ସାଧାରଣ ବସ୍‌ରେ ୧୫ ଟଙ୍କା, ଏକ୍ସପ୍ରେସ୍‌ ବସ୍‌ରେ ୧୬ ଟଙ୍କା, ଡିଲକ୍ସରେ ୨୨ ଏବଂ ଏସି ଡିଲକ୍ସରେ ୨୭ ଟଙ୍କା।

କୋରାପୁଟ: ସାଧାରଣ ବସ୍‌ରେ ୩୨୯, ଏକ୍ସପ୍ରେସ୍‌ ବସ୍‌ରେ ୩୪୪, ଡିଲକ୍ସ ବସ୍‌ରେ ୪୬୬ ଏବଂ ଏସି ଡିଲକ୍ସ ବସ୍‌ରେ ୫୭୪ ଟଙ୍କା ଦେବାକୁ ପଡ଼ିବ।

ମାଲକାନଗିରି: ସାଧାରଣ ବସ୍‌ରେ ୪୧୫ ଟଙ୍କା, ଏକ୍ସପ୍ରେସ ବସ୍‌ରେ ୪୩୩, ଡିଲକ୍ସରେ ୫୫୮ ଏବଂ ଏସି ଡିଲକ୍ସରେ ୭୨୪ ଟଙ୍କା ଦେବାକୁ ପଡ଼ିବ।

ବାରିପଦା: ସାଧାରଣ ବସ୍‌ରେ ୧୭୫ ଟଙ୍କା, ଏକ୍ସପ୍ରେସ୍‌ ବସ୍‌ରେ ୧୮୩ ଟଙ୍କା, ଡିଲକ୍ସ ବସ୍‌ରେ ୨୪୮ ଏବଂ ଏସି ଡିଲକ୍ସ ବସ୍‌ରେ ୩୦୫ ଟଙ୍କା ଦେବାକୁ ପଡ଼ିବ।

ନବରଙ୍ଗପୁର: ସାଧାରଣ ବସ୍‌ରେ ୩୪୯ ଟଙ୍କା, ଏକ୍ସପ୍ରେସ୍‌ ବସ୍‌ରେ ୩୬୫, ଡିଲକ୍ସ ୪୬୫ ଏବଂ ଏସି ଡିଲକ୍ସରେ ୬୧୦ ଟଙ୍କା ଦେବାକୁ ପଡ଼ିବ।

ନୟାଗଡ଼: ସାଧାରଣ ବସ୍‌ରେ ୫୭ ଟଙ୍କା, ଏକ୍ସପ୍ରେସ୍‌ ବସ୍‌ରେ ୬୦, ଡିଲକ୍ସରେ ୮୧ ଏବଂ ଏସି ଡିଲକ୍ସରେ ୯୯ ଟଙ୍କା ଦେବାକୁ ପଡ଼ିବ।

ନୂଆପଡ଼ା: ସାଧାରଣ ବସ୍‌ରେ ୨୯୩ ଟଙ୍କା, ଏକ୍ସପ୍ରେସ୍‌ ବସ୍‌ରେ ୩୦୭ ଟଙ୍କା, ଡିଲକ୍ସ ବସ୍‌ରେ ୪୧୬ ଏବଂ ଏସି ଡିଲକ୍ସ ବସ୍‌ରେ ୫୧୨ ଟଙ୍କା ଦେବାକୁ ପଡ଼ିବ।

Comment