ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଅମୀର ଖାନ ଓ କାଜଲଙ୍କ ବ୍ଲକବଷ୍ଟର ଫିଲ୍ମ ‘ଫନା’ର ରିଲିଜକୁ ୧୪ ବର୍ଷ ପୂରିଛି। ଏହି ଅବସରରେ କାଜଲ ଏହି ଫିଲ୍ମର ସୁଟିଂ ଦିନକୁ ମନେ ପକାଇଛନ୍ତି। କାଜଲ ତାଙ୍କ ଇନଷ୍ଟଗ୍ରାମରେ ଏକ ପୁରୁଣା ଫଟୋ ପୋଷ୍ଟ କରିଛନ୍ତି। ଏଥିର ସେ ଅମୀରଙ୍କ ସହ ସ୍କ୍ରିପ୍ଟ ପଢ଼ୁଥିବା ନଜର ଆସିଛନ୍ତି।

କୁନାଲ କୋହଲିଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ରୋମାଣ୍ଟିକ ଡ୍ରାମା ଫିଲ୍ମ ‘ଫନା’ ୨୦୦୬ରେ ରିଲିଜ ହୋଇଥିଲା। ଏଥିରେ ଏକ ଅନ୍ଧ ଝିଅର ପ୍ରେମ କାହାଣୀକୁ ଦେଖିବାକୁ ମିଳିଥିଲା। ଏହି ଫିଲ୍ମର ଗୀତଗୁଡ଼ିକ ମଧ୍ୟ ବେଶ ହିଟ୍‌ ହୋଇଥିଲା। ଏହି ଗୀତକୁ ଲୋକେ ଏଭରଗ୍ରୀନ ସଙ୍ଗୀତ ଭାବେ ଗ୍ରହଣ କରିଛନ୍ତି। ଏହି ଫିଲ୍ମରେ କାଜଲ ଓ ଅମୀରଙ୍କ ଯୋଡ଼ିକୁ ଦର୍ଶକଙ୍କ ଖୁବ ଭଲ ପାଇବା ମିଳିଥିଲା।

ଏହି ଫିଲ୍ମ ପୂର୍ବରୁ ଅମୀର ଏବଂ କାଜଲଙ୍କୁ ଫିଲ୍ମ ଇଶ୍କରେ ଦେଖିବାକୁ ମିଳିଥିଲା। ଏହି ଫିଲ୍ମ ମଧ୍ୟ ଫିଲ୍ମଟି ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରିଥିଲା​​।

ଏବେ ଯଦି ଅମୀରଙ୍କ କାମ କଥା କହିବା ତେବେ ସେ ଆଜିକାଲି ତାଙ୍କର ଆଗାମୀ ଫିଲ୍ମ  ‘ଲାଲ ସିଂ ଚଢ଼ା’ରେ କାମ କରୁଛନ୍ତି। ଏହି ଫିଲ୍ମରେ ଅମୀରଙ୍କ ବିପକ୍ଷରେ ଅଭିନେତ୍ରୀ କରୀନ କପୁର ଆସିବେ। ସେହିପରି କାଜଲଙ୍କ ଆଗାମୀ ଫିଲ୍ମକୁ ମଧ୍ୟ ଦର୍ଶକ ଅପେକ୍ଷା କରିଛନ୍ତି।

Comment