ଓଡ଼ିଶାଲାଇଭ୍ ବ୍ୟୁରୋ

ହୃଦଘାତର ଶିକାର ହୋଇ ହସ୍ପିଟାଲରେ ଭର୍ତ୍ତି ହେଲେ ବରିଷ୍ଠ ଓଲିଉଡ୍ ଅଭିନେତା ବିଜୟ ମହାନ୍ତି। ବର୍ତ୍ତମାନ ସେ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଭେଣ୍ଟିଲେଟରରେ ରହିଥିବା ନେଇ ତାଙ୍କ ପତ୍ନୀ ତନ୍ଦ୍ରା ରାୟ ସୂଚନା ଦେଇଛନ୍ତି।

ମିଳିଥିବା ସୂଚନା ମୁତାବାକ ଗତକାଲି ବିଜୟ ମେଡିକାଲ ଚେକ୍ ଅପ ପାଇଁ ହସ୍ପିଟାଲ ଯାଇଥିଲେ। ହେଲେ ସେଠାରେ ତାଙ୍କର ହୃଦଘାତ ହୋଇଥିଲା। ଏହାପରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଆଜି ସୁଦ୍ଧା ତାଙ୍କର ସ୍ୱାସ୍ଥ୍ୟବସ୍ଥାରେ ଅଳ୍ପ ସୁଧାର ଆସିଥିବା ନେଇ ତାଙ୍କର ପତ୍ନୀ ସୂଚନା ଦେଇଛନ୍ତି।

ଓଲିଉଡ୍ ସିନେ ଜଗତର ଜଣେ ଭେଟେରାନ୍ ଅଭିନେତା ଭାବେ ବିଜୟ ମହାନ୍ତି ଖୁବ ପରିଚିତ। ତାଙ୍କ କ୍ୟାରିଅର ମଧ୍ୟରେ ସେ ଅନେକ ଓଡ଼ିଆ ଫିଲ୍ମରେ ଅଭିନୟ କରିସାରିଛନ୍ତି। ଆରତୀ, ମମତା ମାଗେ ମୂଲ, ଏଇ ଆମ ସଂସାର, କି ହେବ ଶୁଆ ପୋଷିଲେ, ଭାଇ ହେଲା ଭଗାରୀ, ଲକ୍ଷ୍ମଣ ରେଖା, ରାକ୍ଷୀ ଭିଜିଗଲା ଆଖି ଲୁହରେ ଭଳି ଫିଲ୍ମରେ ତାଙ୍କର ଅଭିନୟ ଦର୍ଶକଙ୍କୁ ବିଭୋର କରିଛି।

Comment