ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ରବିନା ଟଣ୍ଡନ ଗତ ୩ ଦଶକରୁ ବଲିଉଡରେ ରାଜ କରୁଛନ୍ତି। ୯୦ଦଶକରେ ଜଣେ ଲୋକପ୍ରିୟ ନାୟିକା ଭାବେ ସେ ବେଶ୍‌ ପରିଚିତ ହାସଲ କରିଥିଲେ। ବିଗତ ଦିନରେ ଅନିଲ କପୁର, ଅକ୍ଷୟ କୁମାର ଏବଂ ସୁନୀଲ ସେଟ୍ଟୀଙ୍କ ଭଳି ଅଭନେତାଙ୍କ ସହ ରବିନାଙ୍କ ଯୋଡ଼ି ମଧ୍ୟ ଖୁବ୍‌ ଜମିଥିଲା।

୧୯୭୪ ମସିହା, ଅକ୍ଟୋବର ୨୬ ତାରିଖରେ ରବିନା ଜନ୍ମ ହୋଇଥିଲେ। ତାଙ୍କ ଡାକ ନାଁ ମୁନମୁନ। ରବିନାଙ୍କ ବାପା ମା’ଙ୍କ ବଲିଉଡରେ ସଂପର୍କ ଥିଲା।

୧୯୯୧ରେ ଫିଲ୍ମ ‘ପଥର କେ ଫୁଲ୍‌’ର ନିଜ କ୍ୟାରିୟର ଆରମ୍ଭ କରିଥିଲେ ରବିନା। ପରେ ଅଧିକାଂଶ ରୋମଣ୍ଟିକ ଫିଲ୍ମରେ କାମ କରି ବେଶ୍‌ ନାଁ କରିଥିଲେ ସେ।

ଖିଲାଡ଼ି କୁମାର ଅକ୍ଷୟ ସହିତ ବି ରବିନାଙ୍କ ନାଁ ଯୋଡ଼ା ଯାଇଥିଲା। ହେଲେ ରବିନା ୨୦୦୪ରେ ଅନିଲ ଥଡ଼ାନିଙ୍କୁ ବିବାହ କରିଥିଲେ।

ବିବାହ କରିବା ପୂର୍ବରୁ ରବିନା ଦୁଇ ଅନାଥ ଝିଅଙ୍କୁ ଆପଣେଇ ନେଇଥିଲେ। ଏହି ଦୁଇ ଝିଅ ହେଳେ ପୂଜା ଓ ଛାୟା। ବିବାହ ପରେ ରବିନା ଓ ଅନିଲଙ୍କ ୨ ଦୁଇ ସନ୍ତାନ ଅଛନ୍ତି। ରବିନା ଏବେ ଷ୍ଟାର ପ୍ଲସରେ ପ୍ରସାରିତ ନଚ ବଲିଏରେ ଜଜ୍ ଭାବେ ନଜର ଆସୁଛନ୍ତି।

LEAVE A REPLY

Please enter your comment!
Please enter your name here