ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ରାଜ୍ୟରେ ପୁଣି ବୃଦ୍ଧି ପାଇଲା କରୋନା ପଜିଟିଭ୍ ସଂଖ୍ୟା। ଗୁରୁବାର ରାଜ୍ୟରେ ଆଉ ୬୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ସହ ଆକ୍ରାନ୍ତଙ୍କ ସଂଖ୍ୟା ୧୬ ଶହ ଟପିଛି।

ଗୁରୁବାର ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ ଗଞ୍ଜାମ ଜିଲ୍ଲାରୁ ୨୬ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେହିପରି ଖୋର୍ଦ୍ଧା ଓ ଯାଜପୁର ଜିଲ୍ଲାରୁ ୧୧ ଜଣ ଲେଖାଏଁ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିସହିତ ନୟାଗଡ଼, ବଲାଙ୍ଗିର, ଜଗତସିଂହପୁର, କେନ୍ଦୁଝର, ସମ୍ବଲପୁର, ସୋନପୁର ଓ ବରଗଡ଼ ଜିଲ୍ଲାରୁ ମଧ୍ୟ ପଜିଟିଭ୍ ସାମନାକୁ ଆସିଛନ୍ତି।

ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୬୬ ଜଣ କ୍ୱାରେଣ୍ଟିନ୍ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ ବାକି ୨ ଜଣ ସ୍ଥାନୀୟ ଲୋକ ବୋଲି ଜଣାପଡ଼ିଛନ୍ତି।

ଏଥିସହ ରାଜ୍ୟରେ କରୋନା ପଜିଟିଭ୍ ସଂଖ୍ୟା ୧୬୬୦କୁ ବୃଦ୍ଧି ପାଇଛି। ତା ମଧ୍ୟରୁ ୮୧୨ ଜଣ ସୁସ୍ଥ ହୋଇଥଇବାବେଳେ ୭ ଜଣ ପ୍ରାଣ ହରାଇଛନ୍ତି। ବାକି ୮୪୧ ଜଣ ଆକ୍ରାନ୍ତ ଏବେ ବି ସକ୍ରିୟ ଅଛନ୍ତି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି।

Comment