ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନା ମହାସଙ୍କଟ ମଧ୍ୟରେ ଦେଶରେ ପୁଣିଥରେ ବିମାନ ସେବା ଆରମ୍ଭ ହୋଇଛି। ତେବେ ଏହା କରୋନା ଭାଇରସ ସଂକ୍ରମଣ ବୃଦ୍ଧି କରିବ ବୋଲି ଆଶା କରାଯାଉଛି। ଗୁରୁବାର ଦିଲ୍ଲୀରୁ କୋଲକାତା ଆସିଥିବା ଏକ ବିମାନରେ ଜଣେ କରୋନା ସନ୍ଦିଗ୍ଧ ଥିବା ଜଣାପଡ଼ିଛି। ଏହାପରେ ତାଙ୍କୁ କୋଲାକାତାର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଗୁରୁବାର ଏୟାର ଏସିଆର ଏକ ବିମାନ ଦିଲ୍ଲୀରୁ କୋଲାକାତା ଆସିଥିଲା। ହେଲେ ଏହି ଫ୍ଲାଇଟରେ ଜଣେ କରୋନା ସନ୍ଦିଗ୍ଧ ଥିବା ଜଣାପଡ଼ିଥିଲା। ଏହାପରେ ଯେତେବେଳେ ଫ୍ଲାଇଟଟି କୋଲାକାତାରେ ଲ୍ୟାଣ୍ଡ୍ କଲା ସନ୍ଦିଗ୍ଧ ଜଣଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

୨୫ ତାରିଖରେ ସାରା ଦେଶରେ ବିମାନ ସେବା ଆରମ୍ଭ ହୋଇଛି। ହେଲେ ଏହାଦ୍ୱାରା କରୋନା ସଂକ୍ରମଣ ବୃଦ୍ଧି ପାଇବ ବୋଲି କୁହାଯାଉଛି। ପୂର୍ବରୁ ମଧ୍ୟ ଅନେକ ବିମାନ ଯାତ୍ରୀ ଓ ବିମାନ କର୍ମଚାରୀ କରୋନା ସଂକ୍ରମିତ ହୋଇଛନ୍ତି। ଏପରି ସ୍ଥଳେ ଏହି ଯାତ୍ରୀ କରୋନା ସନ୍ଦିଗ୍ଧ ହୋଇ ବିମାନ ଯାତ୍ରା କରିବା ସମସ୍ତଙ୍କୁ ଭୟଭୀତ କରିଛି।

Comment