ଓଡ଼ିଶାଲାଇଭ୍‌ ବ୍ୟୁରୋ

ହିନ୍ଦୀ, ଗୁଜୁରାଟୀ, ଭୋଜପୁରି ଫିଲ୍ମର ଜଣାଶୁଣା ଅଭିନେତା  କିରଣ କୁମାର କରୋନା ସଂକ୍ରମିତ ହୋଇଥିଲେ। ଗତ ମେ’ ୧୪ରେତାଙ୍କର ରିପୋର୍ଟ ପଜିଟିଭ୍‌ ଆସିଥିଲା। ଖୁସିର କଥା ଗୁରୁବାର କିରଣଙ୍କର କରୋନା ରିପୋର୍ଟ ନେଗେଟିଭ୍‌ ଆସିଛି। ଏବେ ସେ କରୋନା ମୁକ୍ତ ଅଟନ୍ତି।

ତେବେ କେଉଁଠୁ ଓ କେମିତି କରୋନା ଆକ୍ରାନ୍ତ ହେଲେ ଏକଥା ସେ ନିଜେ ମଧ୍ୟ ଜାଣିନାହାନ୍ତି। କିରଣ ପ୍ରତିମାସରେ ଥରେ ନିଜର ସ୍ୱାସ୍ଥ୍ୟ ଚିକିତ୍ସା କରିବାକୁ ଯାଆନ୍ତି। ଗତ କିଛି ଦିନ ତଳେ ସେ ମେଡିକାଲ ଯାଇଥିଲା ବେଳେ ଡକ୍ଠର ତାଙ୍କୁ ପ୍ରଥମେ କରୋନା ପରୀକ୍ଷା କରିବାକୁ କହିଥିଲେ। ତାଙ୍କଠାରେ କୌଣସି ଲକ୍ଷଣ ଦେଖାଯାଉନଥିଲେ ତାଙ୍କ ରିପୋର୍ଟ ପଜିଟିଭ ଆସିଥିଲା।

କିରଣ କୁମାର ୭୦ ଓ ୮୦ ଦଶକରେ ଅନେକ ହିନ୍ଦୀ ଫିଲ୍ମରେ ହିରୋ ଭାବରେ କାର୍ଯ୍ୟ କରିଥିଲେ। କିନ୍ତୁ ସେ ସଫଳତା ହାସଲ କରିନଥିଲେ। ପରେ ସେ ଅନେକ ଫିଲ୍ମରେ ଭିଲେନ ଭୂମିକା ଗ୍ରହଣ କରି ଏକ ଭିନ୍ନ ପରିଚୟ ସୃଷ୍ଟି କରିଥିଲେ। ଏହା ବ୍ୟତୀତ କିରଣ କୁମାର ଅନେକ ହିନ୍ଦୀ ସିରିଏଲରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।

Comment