ଓଡ଼ିଶାଲାଇଭ୍ବ୍ୟୁରୋ

ରାଜ୍ୟରେ ସୁସ୍ଥ ହେଲେ ଆଉ ୭୫ କରୋନା ଆକ୍ରାନ୍ତ। ଏଥିମଧ୍ୟରେ ଯାଜପୁର ଜିଲ୍ଲାର ସର୍ବାଧିକ ରୋଗୀ ସୁସ୍ଥ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟୁଇଟ୍‌ କରି ସୂଚନା ଦିଆଯାଇଛି।

ଯାଜପୁର ଜିଲ୍ଲାରୁ ୨୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଗଞ୍ଜାମରୁ ୧୯, କଟକରୁ ୯, ପୁରୀରୁ ୮, ନୟାଗଡ଼ରୁ ୩, କେନ୍ଦ୍ରାପଡ଼ାରୁ ୩, କନ୍ଧମାଳରୁ ୨, ବଲାଙ୍ଗୀରରୁ ୨, କେନ୍ଦୁଝର, ବୌଦ୍ଧ, ସମ୍ବଲପୁର ଏବଂ ଖୋର୍ଦ୍ଧାରୁ ଜଣେ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ଆଜି ସକାଳେ ୬୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଅପରାହ୍‌ଣରେ ୭୫ ଆକ୍ରାନ୍ତ ସୁସ୍ଥ ହେବା ଖବର ରାଜ୍ୟବାସୀଙ୍କୁ ଆଶ୍ୱସ୍ତ କରିଛି।

ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୬୬୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତ ଦୁଇ ଦିନ ହେଲା ରାଜ୍ୟରେ ସୁସ୍ଥ ହାର ବଢ଼ି ଚାଲିଛି। ମୋଟ ୮୮୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ଜଣାପଡ଼ିଛି।

Comment