ଓଡ଼ିଶାଲାଇଭ୍ ବ୍ୟୁରୋ

ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ତଥା ଓଡ଼ିଆ ପୁଅ ସମ୍ବିତ ପାତ୍ର କରୋନାରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଗୁରୁବାର ତାଙ୍କ ପାଖରେ କରୋନାର ଲକ୍ଷଣ ଦେଖାଦେଇଛି। ଏହାପରେ ତାଙ୍କୁ ତୁରନ୍ତ ଗୁରୁଗ୍ରାମର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ତେବେ ସମ୍ବିତ ପାତ୍ର କିଭଳି ସଂକ୍ରମିତ ହେଲେ ଏବଂ ସେ ପଜିଟିଭ୍ ଅଛନ୍ତି କି ନାହାନ୍ତି ସେନେଇ ଏପର୍ଯ୍ୟନ୍ତ ନିର୍ଦ୍ଧିଷ୍ଟ କୌଣସି ସୂଚନା ମିଳିପାରିନାହିଁ। ଜାତୀୟ ଗଣମାଧ୍ୟମର ସୂଚନା ଅନୁଯାୟୀ ସମ୍ବିତ ଗୁରୁବାର ସକାଳୁ ଟୁଇଟରରେ ସକ୍ରିୟ ଥିଲେ। ଏହାପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ପରିବର୍ତ୍ତନ ହୋଇଥିଲା। ତେଣୁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

ସମ୍ବିତ ପାତ୍ର ହସ୍ପିଟାଲରେ ଭର୍ତ୍ତି ହେବା ପରେ ତାଙ୍କର ସମର୍ଥକମାନେ ତାଙ୍କୁ ଟୁଇଟ୍ କରି ତୁରନ୍ତ ସୁସ୍ଥ ହେବାକୁ ଲେଖିଛନ୍ତି। ନିକଟରେ କଂଗ୍ରେସରୁ ଯାଇ ବିଜେପିରେ ମିଶିଥିବା ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ମଧ୍ୟ ତାଙ୍କୁ ସୁସ୍ଥ ହେବା ପାଇଁ ପ୍ରାର୍ଥନା କରିଛନ୍ତି।

ସମ୍ବିତ ପାତ୍ର ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ରହିବା ସହିତ ଗତ ନିର୍ବାଚନରେ ଲୋକସଭା ପ୍ରାର୍ଥୀ ମଧ୍ୟ ହୋଇଥିଲେ। ପୁରୀ ଲୋକସଭା ଆସନରୁ ସେ ବିଜେପି ଟିକେଟରେ ଲଢ଼ିଥିଲେ। ହେଲେ ଏହି ଆସନରୁ ବିଜେଡି ପ୍ରାର୍ଥୀ ପିନାକୀ ମିଶ୍ର ବିଜୟୀ ହୋଇଥିଲେ।

Comment