ଓଡ଼ିଶାଲାଇଭ୍ ବ୍ୟୁରୋ

ଗୁରୁବାରଠାରୁ ରାଜ୍ୟରେ ଗଡ଼ିବ ଘରୋଇ ବସ୍। ପ୍ରଥମ ଦଫାରେ ଅଳ୍ପ କିଛି ବସ୍ ଚଳାଚଳ କରିବା ନେଇ ନିଷ୍ପତ୍ତି ନେଇଛି ଘରୋଇ ବସ୍ ମାଲିକ ସଂଘ। ଏନେଇ ସୂଚନା ଦେଇଛନ୍ତି ସଂଘର ସଂପାଦକ ଦେବେନ୍ଦ୍ର ସାହୁ।

ସେ ଗତକାଲି କହିଥିଲେ ଯେ, କାଲିଠାରୁ ସାରା ରାଜ୍ୟରେ ଘରୋଇ ବସ ଚଳାଚଳ କରିବ। ପ୍ରଥମ ଦଫାରେ ଅଳ୍ପ କିଛି ବସ୍ ଚାଲିବ। ସବୁ ଚାଲିବା ପାଇଁ ପ୍ରାୟ ୧୦ ଦିନ ସମୟ ଲାଗିବ ବୋଲି ସେ କହିଛନ୍ତି। ଏଥିସହ ରାଜ୍ୟ ସରକାରଙ୍କ କରୋନା ଗାଇଡଲାଇନ୍ ଅନୁଯାୟୀ ବସଗୁଡ଼ିକ ଚଳାଚଳ କରିବ ବୋଲି ସେ ସୂଚନା ଦେଇଛନ୍ତି।

ବହୁ ଦିନ ଧରି ରାଜ୍ୟରେ ଘରୋଇ ବସ ଚଳାଚଳ କରିବାକୁ ନେଇ ବସ ମାଲିକ ସଂଘ ଓ ସରକାରଙ୍କ ମଧ୍ୟରେ ଛକାପଞ୍ଝା ଲାଗିଥିଲା। କରୋନା ଦୁସ୍ଥିତି ମଧ୍ୟରେ ବସ ଚଳାଚଳ କରିବା ସମ୍ଭବପର ନୁହେଁ ବୋଲି ବସ୍ ମାଲିକ ସଂଘ କହିଥିଲା। ସେମାନଙ୍କର ଟିକସ ଚାଡ୍ କରିବା ସହିତ କିସ୍ତି ଟଙ୍କା କମାଗଲେ ହିଁ ବସ୍ ଚଳାଚଳ କରିପାରିବ ବୋଲି ସେମାନେ କହିଥିଲେ। ଏହାକୁ ନେଇ ପରିବହନ ମନ୍ତ୍ରୀ ମଧ୍ୟ ଘନଘନ ବୈଠକ ବସାଇ ଆଲୋଚନା କରିଥିଲେ। ଶେଷରେ ଘରୋଇ ବସର ଟିକସ ଛାଡ଼ କରିଥିଲେ ରାଜ୍ୟ ସରକାର।

ଏହାପରେ ବୁଧବାର ଚଣ୍ଡୀଖୋଲଠାରେ ଘରୋଇ ବସ୍ ମାଲିକ ସଂଘର ବୈଠକ ବସିଥିଲା। ଏହି ବୈଠକରେ ବସ୍ ଚାଲିବା ନେଇ ନିଷ୍ପତ୍ତି ନିଆଯାଇଛି।

Comment