ଓଡ଼ିଶାଲାଇଭ୍ ବ୍ୟୁରୋ

ଦେଶରେ ଲକଡାଉନ୍ ବୃଦ୍ଧି ହେବ କି ନାହିଁ ସେନେଇ ଗୁରୁବାର କେନ୍ଦ୍ର କ୍ୟାବିନେଟ୍ ସଚିବ ରାଜ୍ୟର ମୁଖ୍ୟ ଶାସନ ସଚିବ ଓ ସ୍ୱାସ୍ଥ୍ୟ ସଚିବଙ୍କ ସହିତ କଥାବାର୍ତ୍ତା ହେବେ। ଭିଡିଓ କନଫରେନ୍ସି ଜରିଆରେ ଏହି ମିଟିଂ ହେବ ବୋଲି କୁହାଯାଇଛି।

ସାରା ଦେଶରେ ଲାଗୁ ହୋଇଥିବା ଚତୁର୍ଥ ପର୍ଯ୍ୟାୟ ଲକଡାଉନ୍ ରବିବାର ଦିନ ଶେଷ ହେଉଛି। ଏହାପରେ ଦେଶରେ ଲକଡାଉନର ସ୍ୱରୂପ କିଭଳି ରଖାଯିବ ଏବଂ ଲୋକଙ୍କ ସ୍ୱାସ୍ଥ୍ୟ ପ୍ରତି କିପରି ଧ୍ୟାନ ରଖାଯାଇପାରିବ ସେନେଇ ଏଥିରେ ଆଲୋଚନା ହେବ ବୋଲି କୁହାଯାଉଛି।

ଏହି ବୈଠକରେ ଓଡ଼ିଶା ସମେତ ଅନ୍ୟ ରାଜ୍ୟର ମୁଖ୍ୟ ଶାସନ ସଚିବ ଓ ସ୍ୱାସ୍ଥ୍ୟ ସଚିବ ମଧ୍ୟ ଯୋଡ଼ିହେବେ। ତେବେ ମେ ୩୧ ପରେ ଆଉ ଦୁଇ ସପ୍ତାହ ଲକଡାଉନ୍ ଅବଧି ବୃଦ୍ଧି ଘଟିବ ବୋଲି କୁହାଯାଉଛି। ଅନ୍ୟପଟେ ଏଥର ଜିଲ୍ଲାସ୍ତରରେ ଲକଡାଉନ୍ ଜାରି ରଖିବାକୁ କେନ୍ଦ୍ର ସରକାର ଯୋଜନା ପ୍ରସ୍ତୁତ କରୁଥିବା ମଧ୍ୟ କୁହାଯାଉଛି।

Comment