ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜି ମେ’ ୨୮, ପ୍ରତିବର୍ଷ ଏହିଦିନକୁ ବିଶ୍ୱ ମାସିକ ୠତୁସ୍ରାବ ସ୍ୱଚ୍ଛତା ଦିବସ ପାଳନ କରାଯାଏ।

ମାସିକ ୠତୁସ୍ରାବ ପ୍ରତ୍ୟେକ ମହିଳା ପାଇଁ ଏକ କଠିନ ସମୟ। ଏହି ସମୟରେ ଶରୀରରୁ ଅଶୁଦ୍ଧ ରକ୍ତସ୍ରାବ ହୋଇଥାଏ। ଏବେ ବି ଅଧିକାଂଶ ମହିଳା ତାଙ୍କର ମାସିକ ୠତୁସ୍ରାବ ବିଷୟରେ ଖୋଲି କରି କଥା ହୁଅନ୍ତି ନାହିଁ। କୌଣସି ସମସ୍ୟା ହେଲେ କାହାକୁ କହନ୍ତି ନାହିଁ। ଏହି ସମୟରେ ମହିଳାମାନେ ଅଧିକ ସଫାସୁତରା ରହିବା କଥା ଅଧିକ ସଚେତନ ରହିବା କଥା। କିନ୍ତୁ ଦେଖାଯାଉଛି ଯେ ଅଧିକାଂଶ ମହିଳା ଏପ୍ରତି ସଚେତନ ନୁହଁନ୍ତି। ଫଳରେ ସେମାନେ ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟଗତ ସମସ୍ୟା ଓ ସଂକ୍ରମଣର ଶିକାର ହେଉଛନ୍ତି।

ଏହାକୁ ଦୃଷ୍ଟିରେ ମହିଳାଙ୍କୁ ସଚେତନ କରିବାକୁ ଗତ ପାଞ୍ଚ ବର୍ଷ ଧରି ସାରା ବିଶ୍ୱରେ ମାସିକ ୠତୁସ୍ରାବ ସ୍ୱଚ୍ଛତା ଦିବସ (world Menstrual Hygiene Day) ପାଳନ ହୋଇ ଆସୁଛି। ୨୦୧୩ରେ ଏକ ଏନଜିଓ ସଂସ୍ଥା ‘ଓ୍ୱାଶ’ ଏହି ଦିବସର ଆରମ୍ଭ କରିଥିଲା। ୨୦୧୪, ମେ’ ୨୮ରେ ଏହି ଦିବସ ପ୍ରଥମ ଥର ପାଳିତ ହୋଇଥିଲା।

 ମେ’ ୨୮ ତାରିଖକୁ କାହିଁକି ବଛା ଯାଇଥିଲା?

ୠତୁସ୍ରାବ ସ୍ୱଚ୍ଛତା ଦିବସ ମେ’ ମାସର ୨୮ ତାରିଖକୁ ବଛା ଯାଇଥିଲା। କାରଣ ୨୮ ଦିନର ବ୍ୟବଧାନରେ ମହିଳାମାନଙ୍କର ମାସିକ ୠତୁସ୍ରାବ ହୋଇଥାଏ। ଏହି ଦିବସ ପାଳନ ହେବାର ଉଦ୍ଦେଶ୍ୟ ସଚେତନତା ସୃଷ୍ଟି କରିବା। ଯାହାଦ୍ୱାରା ମହିଳାମାନେ ଏ ସମ୍ପର୍କରେ ଖୋଲି କରି କଥା ହୋଇପାରିବେ। ପ୍ରତିବର୍ଷ ଏହି ଦିବସକୁ ନେଇ ଏକ ଥିମ ରଖାଯାଇଥାଏ। ଚଳିତ ବର୍ଷ କରୋନା ମହାମାରୀ ଥିବାରୁ ଏହି ଦିବସର ଥିମ ରହିଛି ‘ପିରିୟଡ୍ସ ଇନ୍‌ ପାଣ୍ଡାମିକ’।

କେଉଁ ଦିଗ ପ୍ରତି ଧ୍ୟାନ ଦେବେ?

ମାସିକ ୠତୁଚକ୍ର ସମୟରେ କେତୋଟି କଥା ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ। ଯେପରିକି, କପଡ଼ାର ବ୍ୟବହାର ନକରି ସାନିଟାରୀ ପ୍ୟାଡର ବ୍ୟବହାର କରନ୍ତୁ। ସଫା ସୁତରା ଉପରେ ବିଶେଷ ଧ୍ୟାନ ଦିଅନ୍ତୁ।

ପ୍ରତି ୪ରୁ ୫ ଘଣ୍ଟା ସମୟ ବ୍ୟବଧାନରେ ସାନିଟାରି ପ୍ୟାଡ୍ ବଦଳାନ୍ତୁ। ନଚେତ୍ ୟୁରିନ୍ ଇନ୍ଫେକ୍ସନ୍, ଗୁପ୍ତାଙ୍ଗରେ କୁଣ୍ଡିଆ ହେବା, ଜଳିବା ପୋଡ଼ିବା ଭଳି ସମସ୍ୟା ହୁଏ।

ସାନିଟାରି ପ୍ୟାଡ୍ ବଦଳାଇବା ପୂର୍ବରୁ ଗୁପ୍ତାଙ୍ଗକୁ ସଫା କରନ୍ତୁ। ପୁରୁଣା ପ୍ୟାଡରେ ପ୍ରବାହିତ ରକ୍ତ ଗୁପ୍ତାଙ୍ଗରେ ଲାଗି ରହିଲେ ସଂକ୍ରମଣ ହୁଏ।

Comment