ଓଡ଼ିଶାଲାଇଭ୍ ବ୍ୟୁରୋ
ଆମ୍ବକୁ ଫଳର ରାଜା କୁହାଯାଏ ଏବଂ ଭାରତରେ ଏହାର ଜାତୀୟ ଫଳର ମାନ୍ୟତା ଦିଆଯାଇଛି। ଭାରତରେ ବିଭିନ୍ନ ପ୍ରକାରର ଆମ୍ବ ମଧ୍ୟ ମିଳେ। ସବୁଠାରୁ ଅଧିକ ଆମ୍ବ ଭାରତୀୟ ହିଁ ଖାଆନ୍ତି। କିନ୍ତୁ ଦୁନିଆର ସବୁଠାରୁ ମହଙ୍ଗା ଆମ୍ବ ଭାରତରେ ମିଳୁନାହିଁ। ତେବେ ଆସନ୍ତୁ ଜାଣିବା ଦୁନିଆର ସବୁଠୁ ଦାମୀ ଆମ୍ବ କେଉଁଠାରେ ମିଳେ ଓ ଏହାର ଦାମ୍ କେତେ?
ତାଇୟୋ ନୋ ଟମାଗୋ ପ୍ରକାରର ଆମ୍ବ।, ଯାହା ଜାପାନର ମିୟାଜାକି ଅଞ୍ଚଳରେ ଚାଷ କରାଯାଏ। ପୂରା ଜାପାନରେ ଏହି ଆମ୍ବ ବିକ୍ରି ହୁଏ। ଜାପାନରେ ଏହି ଆମ୍ବର ନିଲାମ ମଧ୍ୟ ହୋଇଥାଏ। ଏହି ଆମ୍ବର ବିଶେଷତ୍ୱ ହେଉଛି ଏହା ଅଧା ଲାଲ ଏବଂ ଅଧା ହଳଦିଆ । ଜାପାନରେ ଏହା ଗ୍ରୀଷ୍ମ ଏବଂ ଶୀତ ୠତୁରେ ଫଳିଥାଏ।
୨୦୧୭ରେ ହୋଇଥିବା ନିଲାମରେ ୭୦୦ ଗ୍ରାମର ଆମ୍ବର ଆମ୍ବର ମୂଲ୍ୟ ୨ ଲକ୍ଷ ୭୨ ହଜାରରେ ପହଞ୍ଚିଥିଲା। ଅର୍ଥାତ ୧ କିଲୋ ଆମ୍ବର ଦାମ ୩ ଲକ୍ଷରୁ ଅଧିକ। ତେବେ ଏହି ଆମ୍ବର ମୂଲ୍ୟ ଏତେ ହେବାର କାରଣ ଚାଷ ସମୟରେ ଏଥିରେ ବହୁତ ଟଙ୍କା ଖର୍ଚ୍ଚ ହୋଇଥାଏ।