ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ରାଜ୍ୟରେ ପୁଣି ବୃଦ୍ଧି ପାଇଲା କରୋନା ପଜିଟିଭ୍ ସଂଖ୍ୟା। ଶୁକ୍ରବାର ରାଜ୍ୟରେ ଆଉ ୬୩ ଜଣ ଲୋକ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଫଳରେ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୭ ଶହ ପାର୍ କରିଛି।

ଶୁକ୍ରବାର ଚିହ୍ନଟ ହୋଇଥିବା ୬୩ ଜଣ ପଜିଟିଭଙ୍କ ମଧ୍ୟରୁ ୬୧ ଜଣ କ୍ୱାରେଣ୍ଟିନ୍ ସେଣ୍ଟରରୁ ଓ ଦୁଇ ଜଣ ସ୍ଥାନୀୟ ଅଞ୍ଚଳରୁ ଧରାପଡ଼ିଛନ୍ତି। ତା ମଧ୍ୟରୁ ଖୋର୍ଦ୍ଧାରୁ ୧୨ ଜଣ ଚିହ୍ନଟ ହୋଇଥିବାବେଳେ, ଜଗତସିଂହପୁରରୁ ୧୧,ଗଞ୍ଜାମରୁ ୪, ବାଲେଶ୍ୱରରୁ ୩, କଟକରୁ ୩, ପୁରୀରୁ ୧, ନୟାଗଡ଼ରୁ ୭, ବଲାଙ୍ଗିରରୁ ୬, ସୁନ୍ଦରଗଡ଼ରୁ ୨, ମୟୂରଭଞ୍ଜରୁ ୧,ଢ଼େଙ୍କାନାଳରୁ ୯, ସମ୍ବଲପୁର, କୋରାପୁଟ,ଝାରସୁଗୁଡ଼ା ଓ ନବରଙ୍ଗପୁରରୁ ଜଣେ ଲେଖାଏଁ ପଜିଟିଭ୍ ଥିବା ଜଣାପଡ଼ିଛି।

ଏଥିସହିତ ରାଜ୍ୟରେ ଏବେ ପଜିଟିଭ୍ ସଂଖ୍ୟା ୧୭୨୩କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୮୮୭ ଜଣ ସୁସ୍ଥ ହୋଇଥିବାବେଳେ ୭ ଜଣ ପ୍ରାଣ ହରାଇଛନ୍ତି। ଏବେ ବି ରାଜ୍ୟରେ ୮୨୭ ଜଣ ସକ୍ରିୟ ଆକ୍ରାନ୍ତ ରହିଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି।

Comment