ଓଡ଼ିଶାଲାଇଭ୍‌ ବ୍ୟୁରୋ

ଛତିଶଗଡ଼ର ପ୍ରଥମ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା। ହୃଦଘାତରେ ପୀଡ଼ିତ ହେବା ପରେ ତାଙ୍କୁ ଡାକ୍ତଖାନାରେ ଭର୍ତ୍ତି କରାଯାଇଥିଲା। ୨୦ ଧରି ଚିକିତ୍ସା ଚାଲିବା ପରେ ଆଜି ସେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି। ତାଙ୍କ ମୃତ୍ୟୁ ନେଇ ତାଙ୍କ ପୁଅ ଅମିତ ଯୋଗୀ ଟୁଇଟ କରି ସୂଚନା ଦେଇଛନ୍ତି।

ସେ ଟୁଇଟ କରି କହିଛନ୍ତି ଯେ, କେବଳ ମୁଁ ନୁହେଁ ଛତିଶଗଡ଼ ଜଣେ ନେତା ଓ ବାପାଙ୍କୁ ହରାଇଛି। ମାନନୀୟ ଅଜିତ ଯୋଗୀ ଆଜି ଅଢ଼େଇ କୋଟି ଲୋକଙ୍କୁ ଏକା କରି ଇଶ୍ଵରଙ୍କ ପାଖକୁ ପଳେଇଛନ୍ତି।

ଅଜିତ ଯୋଗୀ ଜଣେ ଭାରତୀୟ ରାଜନେତା ଥିଲେ। ଏହାସହ ସେ ଭାରତୀୟ ଜାତୀୟ କଂଗ୍ରେସର ସଦସ୍ୟ ମଧ୍ୟ ଥିଲେ। ସେ ଛତିଶଗଡ଼ର ପ୍ରଥମ ମୁଖ୍ୟମନ୍ତ୍ରୀ ଥିଲେ। ୨୦୦୦ ମସିହାରୁ ୨୦୦୩ ମସିହା ଯାଏଁ ସେ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ଵ ତୁଲାଇଥିଲେ।

ଦଳ ବିରୋଧୀ କାର୍ଯ୍ୟ ଯୋଗୁଁ ଅଜିତ ଯୋଗୀ ଓ ତାଙ୍କ ପୁଅକୁ ୬ ବର୍ଷ ପାଇଁ କଂଗ୍ରେସରୁ ବହିଷ୍କାର କରାଯାଇଥିଲା। ଏହାପରେ ସେ ଜନତା କଂଗ୍ରେସ ଛତିଶଗଡ଼ ନାଁରେ ଏକ ଆଞ୍ଚଳିକ ଦଳ କରିଥିଲେ।

Comment