ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡରେ ପ୍ରାୟ ସବୁ ପ୍ରକାରର ଫିଲ୍ମ ଦେଖିବାକୁ ମିଳିଥାଏ। ରୋମାଣ୍ଟିକ ଡ୍ରାମା ଫିଲ୍ମଠାରୁ ଆରମ୍ଭ କରି ଦେଶପ୍ରେମ ପର୍ଯ୍ୟନ୍ତ ପ୍ରାୟ ସବୁ ସ୍ୱାଦ ଫିଲ୍ମ ତିଆରି କରିଛନ୍ତି ନିର୍ମାତା। ଅତୀତରେ ଭାରତ ଓ ଚୀନ ମଧ୍ୟରେ ହୋଇଥିବା ଯୁଦ୍ଧକୁ ନେଇ ମଧ୍ୟ ବଲିଉଡରେ କେତେକ ଫିଲ୍ମ ତିଆରି ହୋଇଛି।

ଆସନ୍ତୁ ଜାଣିବା ସେମିତି କିଛି ଫିଲ୍ମ ବିଷୟରେ…

ହକିକତ(୧୯୬୪)

ଭାରତ ଓ ଚୀନ ଭିତରେ ହୋଇଥିବା ଯୁଦ୍ଧ ସିନୋ-ଭାରିୀୟ ଯୁଦ୍ଧ ନାଁରେ ଜଣାଯାଏ। ୧୯୬୪ରେ ‘ହକିକତ’ ସିନୋ ଭାରତୀୟ ଯୁଦ୍ଧ ଉପରେ ଆଧାରିତ ପ୍ରଥମ ବଲିଉଡ ଫିଲ୍ମ ଥିଲା ଥିଲା। ଏଥିରେ ଧର୍ମେନ୍ଦ୍ର, ବଲରାଜ ସାହନି, ସଞ୍ଜୟ ଖାନ ଅଭିନୟ କରିଥିଲେ।

72 Hours: Martyr Who Never Died

୨୦୧୯ରେ ଏହି ଫିଲ୍ମକୁ ଅବିନାଶ ଧାନୀଙ୍କ ଦ୍ୱାରା ନିର୍ମିତ ହୋଇଥିଲା ଏବଂ ସେ ମଧ୍ୟ ଏଥିରେ ଅଭିନୟ କରିଥିଲେ।  ଏହା ରାଇଫଲମ୍ୟାନ୍ ଜସୱନ୍ତ ସିଂ ରାୱତଙ୍କ ବାୟୋପିକ୍ ଥିଲା, ଯିଏ ୧୯୬୨ ମସିହାରେ ସିନୋ ଭାରତୀୟ ଯୁଦ୍ଧରେ ଚୀନ୍ ସେନାର ସାମ୍ନା କରିଥିଲେ।

ପଲଟନ (୨୦୧୮)

ନିର୍ଦ୍ଦେଶକ ଜେପି ଦତ୍ତଙ୍କ ଏହି ଫିଲ୍ମରେ ୧୯୬୭ ମସିହାରେ ଭାରତୀୟ ଓ ଚୀନ ସେନା ମଧ୍ୟରେ ହୋଇଥିବା ଲଢ଼େଇକୁ ଦେଖାଯାଇଥିଲା। ଏଥିରେ ଜ୍ୟାକି ଶ୍ରଫ୍, ଅର୍ଜୁନ ରାମପାଲ, ଗୁରୁମିତ ଚୌଧୁରୀ ଆଦି କଳାକରମାନେ ଥିଲେ।

ଟ୍ୟୁବଲାଇଟ (୨୦୧୭)

୨୦୧୭ରେ ରିଲିଜ ହୋଇଥିବା ସଲମାନ ଖାନଙ୍କ ଏହି ଫିଲ୍ମରେ ସିନୋ ଭାରତୀୟ ଯୁଦ୍ଧ ମଧ୍ୟ ସ୍ଥାନ ପାଇଥିଲା। ଏହି ଫିଲ୍ମରେ ସଲମାନ ଖାନ, ସୋହେଲ ଖାନ ମୁଖ୍ୟ ଚରିତ୍ରରେ ଅଭିନୟ କରିଥିଲେ। ମାତ୍ର ଏହା ଫ୍ଲପ୍‌ ହୋଇଥିଲା।

Comment