ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

କରୋନା ଭଳି ଏହି ବପଦ ସମୟରେ ବଲିଉଡର ପ୍ରାୟ ସବୁ ଷ୍ଟାର ସରକାରଙ୍କ ସାହାଯ୍ୟ କରିବା ସହିତ ସିଧାସଳଖ ଭାବେ ଲୋକଙ୍କ ମଧ୍ୟ ସାହାଯ୍ୟ କରିଛନ୍ତି। ଏମିତି ୫ ଅଭିନେତା ଅଛନ୍ତି ଯେଉଁମାନେ ଏହି ଲକଡାଉନ ସମୟରେ ଲୋକଙ୍କୁ ସାହାଯ୍ୟ କରି ରିଅଲ ହିରୋ ପାଲଟି ଯାଇଛନ୍ତି।

ସୋନୁ ସୁଦ

ଅଭିନେତା ସୋନୁ ସୁଦ ଲକଡାଉନ ସମୟରେ ମୁମ୍ବାଇରେ ଫସିଥିବା ପ୍ରବାସୀ ଶ୍ରମିକଙ୍କ ତାଙ୍କ ଘରକୁ ପଠାଇବାକୁ ବ୍ୟବସ୍ଥା କରୁଛନ୍ତି। ଏଥିପାଇଁ ସେ ଖୁବ୍‌ ଚର୍ଚ୍ଚାରେ ମଧ୍ୟ ଅଛନ୍ତି। ସୋନୁ ତାଙ୍କର ଏକ ହୋଟେଲ କେବଳ ମେଡିକାଲ ଷ୍ଟାପ୍‌ଙ୍କ ପାଇଁ  ଖୋଲିଛନ୍ତି।Akshay-Kumar 4

ଅକ୍ଷୟ କୁମାର

ଅକ୍ଷୟ କୁମାର ପିଏମ କେୟାର ଫଣ୍ଡକୁ ୨୫ କୋଟି ଟଙ୍କା ଦାନ କରିଛନ୍ତି। କଳାକାରମାନଙ୍କୁ ସାହାଯ୍ୟ କରିବା ପାଇଁ ୪୫ ଲକ୍ଷ ଟଙ୍କା ଦେଇଛନ୍ତି। ସେହିପରି ମୁମ୍ବାଇ ପୋଲିସକୁ ୨ କୋଟି ଏବଂ ମୁମ୍ବାଇ ମ୍ୟୁନିସିପାଲ କର୍ପୋରେସନକୁ ୩ କୋଟି ଟଙ୍କା ଦେଇଛନ୍ତି।

ସଲମାନ ଖାନ

ଲକଡାଉନ ଭିତରେ ଲୋକଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି ଭାଇଜାନ ସଲମାନ। ସଲମାନ ଲୋକଙ୍କ ରାସନ ଦେବା ସହିତ ଖାଦ୍ୟ ପଦାର୍ଥ ବି ଯୋଗାଇଥିଲେ। ଇଦ ଅବସରରେ ସେ ୫ ହଜାର ପରିବାରଙ୍କୁ ଖାଦ୍ୟ ବାଣ୍ଟିଥିଲେ।

ଶାହରୁଖ ଖାନ

ଶାହାରୁଖ ଖାନ ୨୫୦୦ ପିପିଇ କିଟ୍ ଦାନ କରିଥିଲେ।  ଦିଲ୍ଲୀର ସରକାରୀ ପାଣ୍ଠି ଏବଂ ସଂଗଠନଗୁଡ଼ିକୁ ଆର୍ଥିକ ସହାୟତା କରିଥିଲେ। ଖାଦ୍ୟ ପ୍ୟାକ୍ ବଣ୍ଟନ କରିଥିଲେ।  ମୁମ୍ବାଇରେ ଥିବା ତାଙ୍କର ଚାରି ମହଲା ଘରକୁ ବିଏମସିକୁ କ୍ୱାରରେଣ୍ଟନ ସେଣ୍ଟର ଭାବେ ବ୍ୟବହାର କରିବାକୁ ଦେଇଛନ୍ତି।

ହ୍ରିତିକ ରୋଶନ

ହ୍ରିତିକ ରୋଶନ ୨୦ ଲକ୍ଷ ଟଙ୍କା ଦାନ କରିଥିଲେ। ଷ୍ଟାରଙ୍କ ଫଟୋ ଉଠାଇଥିବା ପ୍ରଫେସନାଲ ଫଟୋଗ୍ରାଫରଙ୍କୁ ସାହାଯ୍ୟ କରିବାକୁ ହ୍ରିତିକ ରୋଶନ ମଧ୍ୟ ଆଗକୁ ଆସିଥିଲେ। ସେ ପ୍ରାୟ ୧ ଲକ୍ଷ ଲୋକଙ୍କୁ ଖାଦ୍ୟ ପହଞ୍ଚାଇଛନ୍ତି।

Comment